ରାଉରକେଲାରେ ଯୁବକଙ୍କୁ ଗୁଳିମାଡ଼ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତା ରୋକ

rklରାଉରକେଲା: ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ବୁଧବାର ମୁଖ୍ୟରାସ୍ତାକୁ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି । ସେପଟେ ପୋଲିସ ଏ ଘଟଣାରେ ଛାନଭିନ୍ ଜାରି ରଖିଛି। କିଏ ଏବଂ କ’ଣ ପାଇଁ ଗୋଲଡେନ୍ ଓରଫ ମହମ୍ମଦ ଜାହିଦ୍ ଅନସାରୀଙ୍କୁ ହତ୍ୟା କରିଛି ସେ ନେଇ ପ୍ଲାଣ୍ଟ ସାଇଟ୍ ପୋଲିସ ତଦନ୍ତ କରୁଛି।

 ଗତକାଲି ରାତି ପ୍ରାୟ ୧୦ଟା ବେଳେ କିଛି ଦୁର୍ବୃତ୍ତ କାର୍ ଓ ବାଇକରେ ଆସି ନାଲା ଛକ ନିକଟ ମହତାବ ରୋଡରେ ଗୋଲଡେନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଜାହିଦ ଦିଲ୍ଲୀରେ ରୁହନ୍ତି। ଚାରି ଦିନ ତଳେ ତାଙ୍କର ବିବାହ ହୋଇଥିଲା। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।