ଗୋଟିଏ ପରିବାରର ୨ ଶିଶୁ ମୃତ, ୨ ଗୁରୁତର, ଖାଦ୍ୟରେ ବିଷକ୍ରିୟା ସନ୍ଦେହ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗର୍ଜନ ପଞ୍ଚାୟତ ଅନ୍ତର୍ଗତ ନଦୀଟୋଲା ବସ୍ତିରେ ଆଜି ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଆକାଶ ଝରା (୯) ଓ ସନ୍ତୋଷୀ ଝରା (୬)। ସେହିପରି ଚିକିତ୍ସିତ ହେଉଥିବା ଦୁଇ ଶିଶୁ ହେଲେ ବିକାଶ ଝରା (୨) ଓ ଜଗଦୀଶ ଝରା (୩)। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଶିଶୁ ଦୁଇଟିର ମୃତ୍ୟୁ ଘଟିଥିବା ସନ୍ଦେହ […]

raurkela

raurkela

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 07:12 PM IST

Sports

Latest News

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗର୍ଜନ ପଞ୍ଚାୟତ ଅନ୍ତର୍ଗତ ନଦୀଟୋଲା ବସ୍ତିରେ ଆଜି ଗୋଟିଏ ପରିବାରର ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଆକାଶ ଝରା (୯) ଓ ସନ୍ତୋଷୀ ଝରା (୬)। ସେହିପରି ଚିକିତ୍ସିତ ହେଉଥିବା ଦୁଇ ଶିଶୁ ହେଲେ ବିକାଶ ଝରା (୨) ଓ ଜଗଦୀଶ ଝରା (୩)।

ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଶିଶୁ ଦୁଇଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ପାନପୋଷ ଉପଜିଲ୍ଲାପାଳ ଓ ସିଡିପିଓ ବସ୍ତିକୁ ଯାଇ ମୃତକଙ୍କ ପରିବାରକୁ ଭେଟିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଓ ରେଡକ୍ରସ ତରଫରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos