ରାଉରକେଲା: ହେଲ୍‌ମେଟ୍‌ ନାହିଁ ତ ପେଟ୍ରୋଲ୍ ନାହିଁ

ରାଉରକେଲା: ରାଉରକେଲାରେ ହେଲ୍‌ମେଟ୍ ପିନ୍ଧିବା ନିୟମକୁ କଡ଼ାକଡ଼ି କରି ଦିଆଯାଇଛି। ଏଣିକି ହେଲ୍‌ମେଟ୍ ନ ପିନ୍ଧିଲେ ବାଇକ୍ ଚାଳକଙ୍କୁ ମିଳିବ ନାହିଁ ପେଟ୍ରୋଲ୍। ସହରର ସମସ୍ତ ପେଟ୍ରୋଲ୍ ଫିଲିଂ ଷ୍ଟେସନ୍‌ ପାଇଁ ଏହି ନିୟମ ଲାଗୁ କରାଯାଇଛି। ହେଲ୍‌ମେଟ୍ ପିନ୍ଧି ନ ଥିବା କୌଣସି ବାଇକ୍ ଚାଳକଙ୍କୁ ପେଟ୍ରୋଲ୍ ନ ଦେବା ପାଇଁ ପେଟ୍ରୋଲ୍ ଫିଲିଂ ଷ୍ଟେସନ୍‌ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଚକିଆ ଯାନ ଚଳାଉଥିବା ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ […]

helmet

helmet

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 04:00 PM IST

Sports

Latest News

ରାଉରକେଲା: ରାଉରକେଲାରେ ହେଲ୍‌ମେଟ୍ ପିନ୍ଧିବା ନିୟମକୁ କଡ଼ାକଡ଼ି କରି ଦିଆଯାଇଛି। ଏଣିକି ହେଲ୍‌ମେଟ୍ ନ ପିନ୍ଧିଲେ ବାଇକ୍ ଚାଳକଙ୍କୁ ମିଳିବ ନାହିଁ ପେଟ୍ରୋଲ୍। ସହରର ସମସ୍ତ ପେଟ୍ରୋଲ୍ ଫିଲିଂ ଷ୍ଟେସନ୍‌ ପାଇଁ ଏହି ନିୟମ ଲାଗୁ କରାଯାଇଛି। ହେଲ୍‌ମେଟ୍ ପିନ୍ଧି ନ ଥିବା କୌଣସି ବାଇକ୍ ଚାଳକଙ୍କୁ ପେଟ୍ରୋଲ୍ ନ ଦେବା ପାଇଁ ପେଟ୍ରୋଲ୍ ଫିଲିଂ ଷ୍ଟେସନ୍‌ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଦୁଇ ଚକିଆ ଯାନ ଚଳାଉଥିବା ଲୋକଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଏହି ନିୟମ ଲଗାଯାଇଛି।

ପେଟ୍ରୋଲ୍‌ ପମ୍ପଗୁଡ଼ିକୁ ଏ ସଂପର୍କିତ ସାଇନ୍ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାରି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପେଟ୍ରୋଲ୍ ପମ୍ପ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାଉରକେଲା ଏସ୍‌ପି କହିଛନ୍ତି, ଏହି ବ୍ୟବସ୍ଥାର ମନିଟରିଂ କରିବା ପାଇଁ କେତେକ ସ୍ଥାନରେ ପୋଲିସ୍ ମୁତୟନ କରାଯିବ। ଏହାଛଡ଼ା ପେଟ୍ରୋଲ୍ ପମ୍ପ୍ ଗୁଡ଼ିକରେ ସିସିଟିଭି ମଧ୍ୟ ଲଗାଯାଇଛି।

ଏସ୍‌ପି କହିଛନ୍ତି,“ଆଗାମୀ ଦିନରେ ସହରରେ ଚାରିଚକିଆ ଯାନରେ ସିଟ୍ ବେଲ୍ଟ ପାଇଁ ମଧ୍ୟ ଏଭଳି ନିୟମ ଲାଗୁ କରାଯିବାକୁ ଯୋଜନା ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos