ରାୟଗଡ଼ା: ଟ୍ରେକର ଓଲଟି  ଜଣେ ମୃତ, ୫ ଆହତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ସାହାଡ଼ା ନିକଟରେ ଆଜି ସକାଳେ ଏକ ଯାତ୍ରୀବାହୀ ଟ୍ରେକର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ହରି ହିଆଳ।  ଏଥିରେ ୫ ଜଣ ଆହତ ହୋଇଛନ୍ତି।  ଆହତମାନଙ୍କୁ ବିଷମକଟକ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଟ୍ରେକରଟି ଡକରପଡ଼ାରୁ ହାଟମୁନିଗୁଡ଼ା ଯାଉଥିବା ବେଳେ  ସାହାଡା ନିକଟରେ ଏକ ଗୋରୁ ପଲକୁ ଧକ୍କାଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବିଷମ କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ଓ ଘଟଣାର ତଦନ୍ତ କରୁଛି।