ସମ୍ୱଲପୁର: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା

samblpurସମ୍ୱଲପୁର: ସମ୍ୱଲପୁରରେ ବାରମ୍ୱାର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ମଙ୍ଗଳବାର ଜିଲ୍ଲା ବିଜେପି ପକ୍ଷରୁ ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଘଟଣାସ୍ଥଳକୁ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଆସି ବୁଝାସୁଝା କରିଥିଲେ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ବିଦ୍ୟୁତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳକୁ ଡକାଇବା ପାଇଁ ଦାବି କରିଥିଲେ। ଏହାକୁ ନେଇ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ଅଫିସ ଫାଟକ ଖୋଲି ଭିତରକୁ ଧସେଇ ପଶିଥିଲେ। ଧାରଣା କରିବା ପରେ ରାସ୍ତାଉପରେ ଧାରଣା ଦେଇଥିଲେ ବିଜେପି କର୍ମୀ ଓ ନେତା। ତେବେ ଆସନ୍ତା ୮ ଦିନ ମଧ୍ୟରେ ଏ ନେଇ  ଆଲୋଚନା କରି ସମାଧାନର ସୁତ୍ର ବାହାର କରାଯିବ ବୋଲି ପ୍ରଶାସନ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।