ଦ୍ୱିତୀୟ ଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ଆନ୍ଦୋଳନ

ସମ୍ବଲପୁର: ୨୦ ଦଫା ଦାବି ପୂରଣ ନେଇ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ  ବିଶ୍ୱବିଦ୍ୟାଳୟର ପ୍ରସାଶନିକ ଭବନ ଆଗରେ ଚାଲିଥିବା ଅନଶନ ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି।  ଛାତ୍ର ସଂସଦ ସଭାପତିଙ୍କ ନେତୃତ୍ୱରେ କିଛି ଛାତ୍ର ଅନଶନ ଚଲାଇଛନ୍ତି। ଏହି ଅନଶନକୁ ସମର୍ଥନ କରି  ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଧାରଣାରେ ବସିଛନ୍ତି। ଛାତ୍ର ସଂଘର ଦାବିଗୁଡ଼ିକ ମଧ୍ୟରେ ରହିଛି- ବିଶ୍ୱବିଦ୍ୟାଳୟର ମୁଖ୍ୟ ଫ।ଟକର ନିର୍ମାଣ କାମ ଶୀଘ୍ର ସାରିବା, ହଷ୍ଟେଲର ମରାମତି ଓ ସଫେଇ, କ୍ୟାମ୍ପସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପାନୀୟ ଜଳ ସମସ୍ୟା ଦୂର କରିବା, ଏମଫିଲରେ ସିଟ୍ ବୃଦ୍ଧି କରିବା  ଓ କ୍ୟାମ୍ପସ୍ ପ୍ଲେସମେଣ୍ଟ କରିବା ଇତ୍ୟାଦି।  ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ କହିଛନ୍ତି।

ଗତକାଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆନ୍ଦୋଳନରତ ଛାତ୍ରପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଛାତ୍ରଛାତ୍ରୀ ସେଥିରେ ସନ୍ତୋଷ ହୋଇପାରି ନ ଥିଲେ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସଭାପତି ମାନସ ରଂଜନ ଭରାସ କହିଛନ୍ତି, ତିନି ବର୍ଷ ହେଲାଣି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ କାମ ଚାଲିଛି, କିନ୍ତୁ ଶେଷ ହେଉନି। ହଷ୍ଟେଲରେ ଭଲ ଖାଇବାକୁ ଦିଆଯାଉଛି। ୟୁପିଏସସି, ଓପିଏସସି, ଗେଟ୍ ଓ ନେଟ୍ ପାଇଁ ପରୀକ୍ଷା ପାଇଁ କୋଚିଂ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଏସବୁ ସମସ୍ୟା ନେଇ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇ ଚୁପ୍ ବସି ଯାଇଛନ୍ତି। ତେଣୁ ଆନ୍ଦୋଳନ କରାଯାଉଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।