ଶିଶୁ ପୁତ୍ର ଚୋରିକୁ ମାସେ; ଉଦ୍ଧାର କରିପାରିନି ପ୍ରଶାସନ

ସମ୍ୱଲପୁର: ମାଆ କୋଳକୁ କେବେ ଫେରିବ ପୁଅ। ସମ୍ବଲପୁର ସଦର ହସ୍ପିଟାଲରୁ ନବଜାତ ଶିଶୁପୁତ୍ର ଚୋରି ଘଟଣାକୁ ପୂରିଛି ଦୁଇମାସ।  ହେଲେ ଏଯାଏ ମିଳିଲାନି ଶିଶୁର ଖୋଜ ଖବର। ପୁଅକୁ ନପାଇବା ଯାଏଁ ଘରକୁ ଫେରିବେନାହିଁ ବୋଲି ବାପା, ମା ଜିଦ ଧରି ବସିଛନ୍ତି। ସମ୍ବଲପୁର ସଦର ମେଡିକାଲର କ୍ୟାବିନ୍ ୱାର୍ଡରେ ଅପେକ୍ଷା କରି ରହିଛନ୍ତି ଗୀତାଞ୍ଜଳି ମାଝୀ ଓ ତାଙ୍କ ସ୍ୱାମୀ ଅନିରୁଦ୍ଧ। ଶିଶୁପୁତ୍ର ଚୋରି ପରଠାରୁ ଉଭୟ ଏହି ମେଡିକାଲ ପରିସର ଛାଡିନାହାନ୍ତି। ଗତ […]

sambalpur

sambalpur

Rakesh Mallick
  • Published: Tuesday, 23 May 2017
  • Updated: 23 May 2017, 11:21 PM IST

ସମ୍ୱଲପୁର: ମାଆ କୋଳକୁ କେବେ ଫେରିବ ପୁଅ। ସମ୍ବଲପୁର ସଦର ହସ୍ପିଟାଲରୁ ନବଜାତ ଶିଶୁପୁତ୍ର ଚୋରି ଘଟଣାକୁ ପୂରିଛି ଦୁଇମାସ।  ହେଲେ ଏଯାଏ ମିଳିଲାନି ଶିଶୁର ଖୋଜ ଖବର। ପୁଅକୁ ନପାଇବା ଯାଏଁ ଘରକୁ ଫେରିବେନାହିଁ ବୋଲି ବାପା, ମା ଜିଦ ଧରି ବସିଛନ୍ତି। ସମ୍ବଲପୁର ସଦର ମେଡିକାଲର କ୍ୟାବିନ୍ ୱାର୍ଡରେ ଅପେକ୍ଷା କରି ରହିଛନ୍ତି ଗୀତାଞ୍ଜଳି ମାଝୀ ଓ ତାଙ୍କ ସ୍ୱାମୀ ଅନିରୁଦ୍ଧ। ଶିଶୁପୁତ୍ର ଚୋରି ପରଠାରୁ ଉଭୟ ଏହି ମେଡିକାଲ ପରିସର ଛାଡିନାହାନ୍ତି।

ଗତ ମାର୍ଚ୍ଚ ୨୩ ତାରିଖ ଦିନ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଯୁଜୁମରା ଥାନା ଅମଲିପାଣି ଗାଁର ଗୀତାଞ୍ଜଳି ମାଝୀ।  ସେହି ଦିନ ବିଳମ୍ବିତ ରାତ୍ରିରେ ଜଣେ ଅଜ୍ଞାତ ମହିଳା ଶିଶୁଟିକୁ ଚୋରି କରି ନେଇଥିଲା।  ସିସିଟିଭିରେ କଏଦ ହୋଇଥିଲା ପିଲାକୁ ନେଇଯିବାର ଚିତ୍ର  ହେଲେ ସ୍ପଷ୍ଟ ନଥିବାରୁ ପୋଲିସକୁ ଏଯାଏଁ ସଫଳତା ମିଳିନି। ଶିଶୁକୁ ଖୋଜି ବାହାର କରିବାରେ ପ୍ରଶାସନ ସଫଳ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos