ସମ୍ୱଲପୁର: ନାରୀ ନିର୍ଯାତନା ବିରୋଧରେ ବିଜେପିର ବିକ୍ଷୋଭ

ସମ୍ୱଲପୁର: ସମ୍ୱଲପୁରରେ ବିଜେପି ପକ୍ଷରୁ ନାରୀ ନିର୍ଯାତନା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଜିଲ୍ଲା ସଭାପତି ନାଉରୀ ନାୟକଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଦଳୀୟ କର୍ମୀମାନେ ସହର ପରିକ୍ରମା କରିବା ସହ ଗୋଲବଜାର ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।