ସମ୍ୱଲପୁର: ପୋଲ ତଳକୁ ଖସି ପଡ଼ିଲା ଟ୍ରଲର, ୨ ମୃତ

ସମ୍ୱଲପୁର: ସମ୍ୱଲପୁର-ସୋନପୁର ରାସ୍ତାର ବତେମୁରା ପୋଲ ନିକଟରେ ସୋମବାର ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ହୋଇଛି। ଏକ ମାଲ ବୋଝେଇ ଟ୍ରଲର ପୋଲ ଉପରେ ଯିବାବେଳେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଥିଲା। ଧମା ଥାନା ପୋଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।