ସମ୍ବଲପୁର ଫେରିଲେ ଆହତ ବିଜେପି ନେତା ସୁରେଶ ପୂଜାରୀ

ସମ୍ୱଲପୁର: ପଶ୍ଚିମବଙ୍ଗ ନଦିଆରେ ଆହତ ହୋଇଥିବା ବିଜେପି ନେତା ସୁରେଶ ପୂଜାରୀ ଶନିବାର ସମ୍ୱଲପୁର ଫେରିଛନ୍ତି। ତାଙ୍କ ମୁଣ୍ଡ ପଛପାଖରେ ହୋଇଥିବା କ୍ଷତରେ ୨ଟି ଷ୍ଟିଚ୍ ପଡ଼ିଛି। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ନଦିଆରେ ଜେଲଭରୋ ଆନ୍ଦୋଳନ ସମୟରେ ପୋଲିସର ଲାଠି ଚାର୍ଜ ଓ  ଟେକା ପଥର ମାଡ଼ରେ ସୁରେଶ ଆହତ ହୋଇଥିଲେ। ବିଜେପିର ପଶ୍ଚିମବଙ୍ଗ ସହପ୍ରଭାରୀ ଅଛନ୍ତି ସୁରେଶ ପୂଜାରୀ।