ସମ୍ୱଲପୁରରେ ୨ ଦିନିଆ ଚିତ୍ରକଳା ପ୍ରଦର୍ଶନୀ

ସମ୍ୱଲପୁର: ନୂଆପିଢ଼ିର ଚିତ୍ରକରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସମ୍ୱଲପୁରରେ ଆରମ୍ଭ ହୋଇଛି ୨ ଦିନିଆ ଚିତ୍ରକଳା ପ୍ରଦର୍ଶନୀ। ବୀର ସୁରେନ୍ଦ୍ର ସାଏ ଟାଉନ ହଲରେ ଚାଲିଥିବା ଏହି ପ୍ରଦର୍ଶନୀରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶିତ ହେଉଛି। ସାମାଜିକ ବାର୍ତ୍ତା, ମାନବୀୟ ସମ୍ୱେଦନା ଓ ପ୍ରକୃତି ଉପରେ ଆଧାରିତ ଅନେକ ସୁନ୍ଦର ଚିତ୍ରକଳା ୨ଟି ଭିନ୍ନ ଭିନ୍ନ ଗ୍ୟାଲେରୀରେ ପ୍ରଦର୍ଶିତ ହେଉଛି। କଳା ଓ କଳାକାର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ମୋଟ ୩୦୦ ଶିଳ୍ପୀଙ୍କ ପେଣ୍ଟିଂ ସ୍ଥାନ ପାଇଛି।