ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଦେବଗଡ ଜିଲ୍ଲା ବନ୍ଦ, ଜନଜୀବନ ପ୍ରଭାବିତ

ଦେବଗଡ: ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ କଂଗ୍ରେସ ଦଳ ପକ୍ଷରୁ ଆଜି ଦେବଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ୪୯ ଓ ୨୦୦ ନମ୍ୱର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଦୋକାନ ବଜାର ସହ ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋଙ୍କୁ ହଇରାଣ ହେବାକୁ ପଡିଥିଲା । ଜିଲ୍ଲାରେ ମରୁଡି […]

dabagrah

dabagrah

Rakesh Mallick
  • Published: Monday, 02 November 2015
  • Updated: 02 November 2015, 12:22 PM IST

Sports

Latest News

ଦେବଗଡ: ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିରେ କଂଗ୍ରେସ ଦଳ ପକ୍ଷରୁ ଆଜି ଦେବଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ୪୯ ଓ ୨୦୦ ନମ୍ୱର ଜାତୀୟ ରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଦୋକାନ ବଜାର ସହ ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ରହିବା ଯୋଗୁଁ ସାଧାରଣ ଲୋଙ୍କୁ ହଇରାଣ ହେବାକୁ ପଡିଥିଲା ।

ଜିଲ୍ଲାରେ ମରୁଡି ସ୍ଥିତି ଉପୁଜି ଥିବା ନେଇ କଂଗ୍ରେସ ପକ୍ଷରୁ ଗତ ଅକ୍ଟୋବର ୨୨ ତାରିଖରେ ଦେବଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ସରକାର କିଛି ପଦକ୍ଷେପ ନିଆଗଲା ନାହିଁ। ତେଣୁ ଏହି ବନ୍ଦ ଡାକରା ଦିଆଯାଇଥିଲା ବୋଲି ଦଳ ପକ୍ଷରୁ କୁହାଯାଇଛି । ଅଚଳ ଉଠାଜଳସେଚନ ପ୍ରକଳ୍ପ ଚାଲୁ କରିବା, ଋଣ ଛାଡ, ସ୍କୁଲ କଲେଜର ଟ୍ୟୁସନ ଫିସ ଛାଡ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି । ବନ୍ଦବେଳେ କଂଗ୍ରେସ କର୍ମୀମାନେ ପିକେଟିଂ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ଦପ୍ତର, କୋର୍ଟ କଚେରୀ, ସ୍କୁଲ, କଲେଜ, ବ୍ୟାଙ୍କ ସମେତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଗାଡିମଟର ଚଳାଚଳ ବନ୍ଦ ରହିଥିଲା । ଆଗାମୀ ଦିନରେ ସରକାର ଦାବି ପ୍ରତି ଗୁରୁତ୍ୱ ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ନ କଲେ ଜିଲ୍ଲାରେ ସରକାରୀ କଳକୁ ଅଚଳ କରିଦିଆଯିବ କଂଗ୍ରେସ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । କଂଗ୍ରେସର ଏହି ବନ୍ଦ ଡାକରାକୁ ଓଡ଼ିଶା ଜନମୋର୍ଚ୍ଚା ପକ୍ଷରୁ ସମର୍ଥନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos