ରେଜିଷ୍ଟ୍ରେସନ୍ ଅଫିସରେ ତାଲା ପକାଇଲା ଝାରସୁଗୁଡ଼ା ଓକିଲ ସଂଘ

ଝାରସୁଗୁଡ଼ା: ସରକାରୀ ମୂଲ୍ୟ ହିସାବରେ ଜମିର ରେଜିଷ୍ଟ୍ରେସନ୍ ମୂଲ୍ୟ ନିର୍ଦ୍ଧାରଣ ଦାବି କରି ରେଜିଷ୍ଟ୍ରେସନ ଅଫିସରେ ଆଜି ଝାରସୁଗୁଡ଼ା ଓକିଲ ସଂଘ ତାଲା ପକାଇଛନ୍ତି। ଗତ ୧୬ ତାରିଖରେ ମଧ୍ୟ ଏହି ଦାବି ଉଠାଇ ଓକିଲମାନେ ଜିଲ୍ଲା ଜମି ରେଜିଷ୍ଟ୍ରେସନ ଅଫିସରେ ତାଲା ପକାଇଥିଲେ। ବର୍ଦ୍ଧିତ ଦର ଯୋଗୁଁ ଜମି ପଞ୍ଜୀକରଣ କରୁଥିବା ବ୍ୟକ୍ତି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଆସିବା ଯାଏଁ ପୂର୍ବ ଦର ଅନୁସାରେ […]

jharsuguda

jharsuguda

Rakesh Mallick
  • Published: Friday, 22 April 2016
  • Updated: 22 April 2016, 12:06 PM IST

Sports

Latest News

ଝାରସୁଗୁଡ଼ା: ସରକାରୀ ମୂଲ୍ୟ ହିସାବରେ ଜମିର ରେଜିଷ୍ଟ୍ରେସନ୍ ମୂଲ୍ୟ ନିର୍ଦ୍ଧାରଣ ଦାବି କରି ରେଜିଷ୍ଟ୍ରେସନ ଅଫିସରେ ଆଜି ଝାରସୁଗୁଡ଼ା ଓକିଲ ସଂଘ ତାଲା ପକାଇଛନ୍ତି। ଗତ ୧୬ ତାରିଖରେ ମଧ୍ୟ ଏହି ଦାବି ଉଠାଇ ଓକିଲମାନେ ଜିଲ୍ଲା ଜମି ରେଜିଷ୍ଟ୍ରେସନ ଅଫିସରେ ତାଲା ପକାଇଥିଲେ।

ବର୍ଦ୍ଧିତ ଦର ଯୋଗୁଁ ଜମି ପଞ୍ଜୀକରଣ କରୁଥିବା ବ୍ୟକ୍ତି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଆସିବା ଯାଏଁ ପୂର୍ବ ଦର ଅନୁସାରେ ଜମି ରେଜିଷ୍ଟ୍ରେସନ କରିବାକୁ ଦାବି ହୋଇଛି। ଏ ନେଇ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos