ସରକାରୀ ମାନ୍ୟତା ଦାବିରେ ସର୍ଦ୍ଦାର ରାଜା ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ତୃତୀୟ ଦିନରେ

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜା ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ଜାରିଙ୍ଗସ୍ଥିତ ଏହି ମେଡିକାଲ୍ କଲେଜକୁ ସରକାରୀ ମାନ୍ୟତା ଦାବିରେ ଗତ ୨୮ ତାରିଖରୁ କ୍ରିୟାନୁଷ୍ଠାନ କମିଟି ଧାରଣାରେ ବସିଛି। ସରକାର ଏନେଇ ଶୀଘ୍ର ପଦକ୍ଷେପ ନ ନେଲେ ଜିଲ୍ଲାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯିବ ବୋଲି କମିଟି ଚେତାବନୀ ଦେଇଛି। ସୂଚନାଯୋଗ୍ୟ, ଏହି ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ୩ଟି ଘରୋଇ କଲେଜକୁ ସ୍ଥାନାନ୍ତର କରିବା ପାଇଁ […]

kalahandi

kalahandi

Rakesh Mallick
  • Published: Friday, 30 October 2015
  • Updated: 30 October 2015, 12:09 PM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜା ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ଜାରିଙ୍ଗସ୍ଥିତ ଏହି ମେଡିକାଲ୍ କଲେଜକୁ ସରକାରୀ ମାନ୍ୟତା ଦାବିରେ ଗତ ୨୮ ତାରିଖରୁ କ୍ରିୟାନୁଷ୍ଠାନ କମିଟି ଧାରଣାରେ ବସିଛି। ସରକାର ଏନେଇ ଶୀଘ୍ର ପଦକ୍ଷେପ ନ ନେଲେ ଜିଲ୍ଲାରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯିବ ବୋଲି କମିଟି ଚେତାବନୀ ଦେଇଛି।
ସୂଚନାଯୋଗ୍ୟ, ଏହି ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ୩ଟି ଘରୋଇ କଲେଜକୁ ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ଏମସିଆଇ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସର୍ଦ୍ଦାର ରାଜା ମେଡିକାଲ୍ କଲେଜର ଓକିଲ ଅଙ୍କୁର ଏସ୍ କୁଲକର୍ଣ୍ଣି ସୁପ୍ରିମକୋର୍ଟରେ ନିଷ୍ପତିକୁ ସ୍ଥଗିତ ରଖିବାକୁ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos