ଏସ୍‌ସିବିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫କୁ ବୃଦ୍ଧି, ୧୦ ଅତିରିକ୍ତ ଡାକ୍ତର ନିୟୋଜିତ

କଟକ: ଏସିସିବି ମେଡିକାଲର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୫ ଜଣ କଟକର ସର୍ବାଧିକ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ୬ଜଣ, ଜଗତସିଂହପୁରର ୨୯ଜଣ, ଭଦ୍ରକର ୫ଜଣ, କେନ୍ଦୁଝରର୨୪ଜଣ ଓ ବାଲେଶ୍ୱରର ୫ଜଣ ରୋଗୀ ଅଛନ୍ତି ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୯୮ଜଣ ପୁରୁଷ ହୋଇଥିବା ବେଳେ ୭୭ ଜଣ ମହିଳା ରୋଗୀ ଅଛନ୍ତି। ଆଇସିୟୁରେ ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦ରହିଛି। ଏଥିରେ କଟକର ସର୍ବାଧିକ […]

dengu

dengu

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 08:08 PM IST

Sports

Latest News

କଟକ: ଏସିସିବି ମେଡିକାଲର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୭୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୫ ଜଣ କଟକର ସର୍ବାଧିକ ହୋଇଥିବା ବେଳେ କେନ୍ଦ୍ରାପଡ଼ାର ୬ଜଣ, ଜଗତସିଂହପୁରର ୨୯ଜଣ, ଭଦ୍ରକର ୫ଜଣ, କେନ୍ଦୁଝରର୨୪ଜଣ ଓ ବାଲେଶ୍ୱରର ୫ଜଣ ରୋଗୀ ଅଛନ୍ତି ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୯୮ଜଣ ପୁରୁଷ ହୋଇଥିବା ବେଳେ ୭୭ ଜଣ ମହିଳା ରୋଗୀ ଅଛନ୍ତି। ଆଇସିୟୁରେ ଚିକିତ୍ସିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦ରହିଛି। ଏଥିରେ କଟକର ସର୍ବାଧିକ ୧୧ ଜଣ ରହିଛନ୍ତି। ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ କଟକ ବଡ଼ ମେଡ଼ିକାଲରେ ୫୯ ଜଣ ଡେଙ୍ଗୁ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୦ ଜଣ କଟକର।

ଡେଙ୍ଗୁ ୱାର୍ଡରେ ଅତିରିକ୍ତ ୧୦ ଜଣ ଡାକ୍ତରଙ୍କୁ ସାମୟିକ ଭାବେ ନିୟୋଜିତ କରାଯାଇଛି। ଏଠାରେ ଭର୍ତ୍ତି ହେଉଥିବା ଡେଙ୍ଗୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହିତ ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟା ନଜର ରଖିବା ପାଇଁ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ସେହିପରି ଚିକିତ୍ସା କାର୍ଯ୍ୟରେ ସହାୟତା ପାଇଁ ଏହି ୱାର୍ଡରେ ୬୦ ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଫୁଲ କୁମାର ବେହେରାଙ୍କ ନିର୍ଦେଶରେ ଏହି ଅତିରିକ୍ତ ତଥା ସାମୟିକ ନିଯୁକ୍ତି କରାଯାଇଛି।

ଆଜି ସୁଦ୍ଧା କଟକ ଜିଲ୍ଲାରେ ମୋଟ ୧୨୮୬ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତପୁର ଅଞ୍ଚଳର ୬୫୫, କଟକ ସହରର ୧୬୪ ଓ କଟକ ଗ୍ରାମାଞ୍ଚଳର ୪୬୭ ଜଣ।

ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଏବଂ ସଂକ୍ରମଣ  ବ୍ୟାପିଥିବା ଅଞ୍ଚଳରେ ସଫେଇ କାର୍ଯ୍ୟ ପୂର୍ବ ପରି ଚାଲିଛି ବୋଲି ସିଡିଏମସଓ ପ୍ରଫୁଲ କୁମାର ବେହେରା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story