ସେବାୟତଙ୍କ ବିବାଦ ଯୋଗୁଁ ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ସେବାୟତଙ୍କ ବିବାଦ ଯୋଗୁଁ ଶନିବାର ଉପାସରେ ରହିବାକୁ ପଡିଛି ମହାପ୍ରଭୁ ଲିଙ୍ଗରାଜଙ୍କୁ। ଏଥିସହ ଆଜି ଅପରାହ୍ଣ ୪ଟାରୁ ଲିଙ୍ଗରାଜଙ୍କ ନୀତି ମଧ୍ୟ ବନ୍ଦ ରହିଛି। ସମସ୍ୟାର ସମାଧାନ ପାଇଁ ମନ୍ଦିରର ତିନି ପ୍ରମୁଖ ନିଯୋଗ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। କପିଳେଶ୍ୱର ମନ୍ଦିର ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦକୁ ନେଇ ଏଭଳି ସ୍ଥିତି ଉପୁଜିଛି। ପରମ୍ପରା ଅନୁଯାୟୀ ଶିବରାତ୍ର ପର ଶନିବାର ଦିନ ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ ହୋଇଥାଏ। ଏହି ଦିନ ଲିଙ୍ଗରାଜ କପିଳେଶ୍ୱର ମନ୍ଦିର ଯାଇଥାନ୍ତି। ତେବେ କପିଳେଶ୍ୱର ମନ୍ଦିରରେ ସେବାକୁ ନେଇ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏଥିରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଲିଙ୍ଗରାଜ ମନ୍ଦିର ସେବାୟତମାନେ ଦାବି କରିଛନ୍ତି। ସମସ୍ୟା ନ ତୁଟିବା ପର୍ଯ୍ୟନ୍ତ ନୀତିରେ ସହଯୋଗ କରିବେ ନାହିଁ ସେବାୟତମାନେ ଚେତାବନୀ ଦେଇଛନ୍ତି।