‘ଶିକ୍ଷା ଓ ଚାକିରି କରିବା ସମୟରେ ଗାଁ ସେବାରେ ଇଂଜିନିୟରିଂ ଛାତ୍ର ନିଜକୁ ସାମିଲ କରନ୍ତୁ’

ଭୁବନେଶ୍ୱର: ସିଭିରମଣ କଲେଜ ଅଫ ଇଂଜିନିୟରିଂ ଅଡିଟୋରିଅମରେ ୨ ଦିନିଆ କର୍ମଶାଳା ଆୟୋଜିତ ହୋଇଯାଇଛି। ଇଂଜିନିୟରିଂ ଛାତ୍ର ଛାତ୍ରୀମାନେ ଶିକ୍ଷା ଓ ଚାକିରି କରିବା ସମୟରେ ଗାଁ ସେବାରେ ନିଜକୁ ସାମିଲ କରିବା ଆବଶ୍ୟକ ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି। କଲେଜର ଚେୟାରମ୍ୟାନ ସଞ୍ଜୀବ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ସ୍କିଲ୍ ଡେଭଲପମେଣ୍ଟ ଓ ଟେକନିକାଲ ଏଜୁକେଶନର ମୁଖ୍ୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।