ସିଙ୍ଗିରି ସରପଞ୍ଚଙ୍କୁ ହତ୍ୟା ଘଟଣା: ହତ୍ୟାକାରୀଙ୍କୁ ଗିରଫ ଦାବିରେ ବିଜେଡିର ରାସ୍ତାରୋକ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା  ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସ ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କୁ  ଗିରଫ ଦାବିରେ ଆଜି କଟକ-ଚାନ୍ଦାବାଲି ରାସ୍ତାର ନୂଆବଜାରରେ ବିଜେଡ଼ି ପକ୍ଷରୁ ରାସ୍ତାରୋକ କରାଯାଇଛି। ସେହିପରି ସ୍ଥାନୀୟ ଗାଁଲୋକେ ସିଙ୍ଗିରି ବଜାର ନିକଟରେ ମଧ୍ୟ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଚିତ୍ରସେନଙ୍କୁ ହତ୍ୟା କରାଯିବାର ୧୩ ଦିନ ପରେ  ମଧ୍ୟ ଏଯାଏଁ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ନାହିଁ।

ଗତ ୮ ତାରିଖରେ ଚିତ୍ରସେନ ଦାସ ଆଳି ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରି ହତ୍ୟା କରିଥିଲେ।