ସାଲେପୁର: ଶୀତଳ ଭଣ୍ଡାର ପୁଃନ କାର୍ଯ୍ୟକ୍ଷମ ଦାବିରେ ରାସ୍ତାରେ ଚାଷୀ

ସାଲେପୁର: କଟକ ଜିଲ୍ଲା ସାଲେପୁରରେ ଥିବା ବାପୁଜୀ ଶୀତଳ ଭଣ୍ଡାର ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ଅଚଳ ଶୀତଳ ଭଣ୍ଡାର ମରାମତି କରାଯାଉ ନ ଥିବା ପ୍ରତିବାଦରେ ପାଗା ହାଟରେ ସିପିଆଇ ଶାଖାର କୃଷକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ଶୀତଳ ଭଣ୍ଡାର ଅଭାବରୁ ଉତ୍ପାଦିତ ପରିବାକୁ ଖୋଲା ବଜାରରେ ବିକ୍ରି କରିବାକୁ ପଡୁଛି। ଫଳରେ ଏହାର ସିଧା ପ୍ରଭାବ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ ଜିଲ୍ଲା ପରିବା ମାର୍କେଟ ଉପରେ ପଡୁଛି ବୋଲି ସିପିଆଇ ସାଲେପୁର ଶାଖା ସମ୍ପାଦକ ସୁନାକର ବରାଳ ଅଭିଯୋଗ କରିଛନ୍ତି। ଏ ନେଇ ସମବାୟ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଶୀଘ୍ର ଏହାର ପୁନରୁଉଦ୍ଧାର କରାଯିବ ବୋଲି ସାଲେପୁର ବିଧାୟକ ପ୍ରକାଶ ବେହେରା କହିଛନ୍ତି।