ସୋର: ଆମ୍ୱୁଲାନ୍ସକୁ ପିଟିଲା ଟ୍ରକ, ଜଣେ ମୃତ, ୪ ଆହତ

ସୋର: ବାରିପଦାରୁ କଟକ ବଡ଼ ଡାକ୍ତରଖାନା ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚିଙ୍ଗୁଡି ଛକଠାରେ ଏକ ଟ୍ରକ ପିଟି ଦେବାରୁ ଘଟଣା ସ୍ଥଳରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ଧନନ୍ତରୀ ମହନ୍ତ। ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର  କରାଯାଇଛି। ମିଳିଥିବା ସୂଚନା […]

sora-5

sora-5

Rakesh Mallick
  • Published: Tuesday, 03 November 2015
  • Updated: 03 November 2015, 08:42 AM IST

Sports

Latest News

ସୋର: ବାରିପଦାରୁ କଟକ ବଡ଼ ଡାକ୍ତରଖାନା ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଚିଙ୍ଗୁଡି ଛକଠାରେ ଏକ ଟ୍ରକ ପିଟି ଦେବାରୁ ଘଟଣା ସ୍ଥଳରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ଧନନ୍ତରୀ ମହନ୍ତ। ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୨ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର  କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦାର କାର୍ତ୍ତିକ ମହନ୍ତ, ସ୍ତ୍ରୀ ଧନନ୍ତରୀ ମହନ୍ତ, ଜ୍ୱାଇଁ ରାଜେଶ କୁମାର ମହନ୍ତ ଏବଂ ଝିଅ ଶୁଭସ୍ମିତା ମହନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ଡାକ୍ତରଖାନାକୁ ଯାଉଥିଲେ। ଏହି ସମୟରେ ୫ ନମ୍ୱର ଜାତୀୟ ରାଜପଥର ସିମୁଳିଆ ଥାନା ଚିଙ୍ଗୁଡି ଛକ ନିକଟରେ ଏହି ଆମ୍ବୁଲାନ୍ସକୁ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos