ସୋର: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ୨୦ ଆହତ

ସୋର: ବାଲେଶ୍ୱର ଜିଲ୍ଲା ପାଞ୍ଚ ନମ୍ୱର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟ ବରଫକଳ ଛକରେ ଆଜି ଏକ ଯାତ୍ରୀବାହୀ ବସ୍ ଓ ମାଲବାହୀ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ବାଲେଶ୍ୱରରୁ କୁପାରୀ ଯାଉଥିବା ଶ୍ରୀ ଗୁରୁଦେବ ବସ୍ ସହ ବରଫକଳ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକର ଧକ୍କା ହୋଇଥିଲା।