ସୋର: ଡମ୍ପର-ଟାଟାଏସି ମୁହାଁମୁହିଁ ଧକ୍କା, ୩ ମୃତ

ସୋର: ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ମୁଳିସିଂଛକ ନିକଟରେ ପାଞ୍ଚ ନମ୍ୱର ଜାତୀୟ ରାଜପଥରେ ଏକ ଡମ୍ପର ସହିତ ଟାଟାଏସିର ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ। ସେମାନଙ୍କର ଶବକୁ ସୋର ଡାକ୍ତରଖାନାରେ ରଖାଯାଇଛି।

ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ  ମୁଳିସିଂଛକ ନିକଟରେ ଏକ ଡମ୍ପର ଭାରସାମ୍ୟ ହରାଇ ରାସ୍ତା ଡିଭାଇଡ଼ର ଉପରେ ଚଢ଼ି ରାସ୍ତା ଉପରକୁ ଚାଲି ଆସିବା ଫଳରେ ବାଲେଶ୍ୱର ଆଡ଼ୁ ଫେରୁଥିବା ଏକ ଟାଟାଏସି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟାଟାଏସିରେ ଥିବା ୩ଜଣ ଯାକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲୋ। ଖବର ପାଇ ସୋର ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇଥିବା ମୃତକମାନଙ୍କ ଶବ ଉଦ୍ଧାର କରିଥିଲେ।

ଡମ୍ପର ଡ୍ରାଇଭର ଏବଂ ହେଲପର ଫେରାର ହୋଇ ଯାଇଛନ୍ତି।