ସୋର: ଟ୍ରକ-ଇଣ୍ଡିକା ଧକ୍କା, ଜଣେ ମୃତ, ୨ ଆହତ

ସୋର: ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ତାଳନଗର ଠାରେ  ପାଞ୍ଚ ନମ୍ୱର ଜାତୀୟ ରାଜପଥରେ ଶନିବାର ବିଳମ୍ବିତ ରାତିରେ  ଏକ ଟ୍ରକ ଓ ଇଣ୍ଡିକା ମଧ୍ୟରେ ଧକ୍କା ହେବାରୁ  ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସ୍ୱପ୍ନେଶ୍ୱର ତ୍ରିପାଠୀ (୨୫)। ଟ୍ରକ ହେଲପର ଝାଡ଼ଖଣ୍ଡ ଦିଆଛକର ସଫିକ ଆନସାରି(୩୦) ଓ ଇଣ୍ଡିକା ଡ୍ରାଇଭର ଅଜୁ ସାମଲ (୩୦) ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି।