ଟ୍ରକ୍-ବାଇକ୍ ଧକ୍କା; ୨ ମୃତ, ଜଣେ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମଞ୍ଜୁରିପୁର ଛକରେ ଏନ୍‌ଏଚ୍‌ ୧୬ରେ ଗତକାଲି ବିଳମ୍ୱିତ ରାତିରେ ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଅବସ୍ଥାରେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ଦୁଇ ବାଇକ୍ ଆରୋହୀ ହେଲେ ଦିବାକର ଜେନା (୪୨) ଓ ଅମର ଜେନା (୩୪)। ଆହତଙ୍କ ନାଁ ରାମଚନ୍ଦ୍ର ବାରିକ (୩୦)। ଦିବାକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅମରଙ୍କୁ ଗୁରୁତର ଅବସ୍ଥାରେ […]

soraaccident

soraaccident

Rakesh Mallick
  • Published: Sunday, 05 February 2017
  • Updated: 05 February 2017, 11:03 AM IST

ସୋର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମଞ୍ଜୁରିପୁର ଛକରେ ଏନ୍‌ଏଚ୍‌ ୧୬ରେ ଗତକାଲି ବିଳମ୍ୱିତ ରାତିରେ ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଅବସ୍ଥାରେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୃତ ଦୁଇ ବାଇକ୍ ଆରୋହୀ ହେଲେ ଦିବାକର ଜେନା (୪୨) ଓ ଅମର ଜେନା (୩୪)। ଆହତଙ୍କ ନାଁ ରାମଚନ୍ଦ୍ର ବାରିକ (୩୦)। ଦିବାକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅମରଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ତିନି ଜଣ ମଞ୍ଜୁରିପୁର ଛକରେ ଥିବା ଏକ ପେଟ୍ରୋଲ୍‌ ପମ୍ପରେ ତେଲ ପକାଇ ଆସୁଥିଲା ବେଳେ ଭଦ୍ରକ ଆଡୁ କୋଲକାତା ଅଭିମୁଖେ ଯାଉଥିବା ଏକ ଅଣ୍ଡା ବୋଝେଇ ଟ୍ରକ୍‌ ସହ ଧକ୍କା ହୋଇଥିଲା। ସିମୁଳିଆ ଥାନା ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos