ଶ୍ରୀମନ୍ଦିରର ୩ ଦ୍ୱାରରେ ଲାଗିବ ଲଗେଜ୍ ସ୍କାନର

ପୁରୀ: ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ନେଇ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ସିଂହଦ୍ୱାର ସମେତ ଉତ୍ତର ଓ ପଶ୍ଚିମ ଦ୍ୱାରରେ ଲାଗିବ ଲଗେଜ୍ ସ୍କାନର। ତା’ସହ ସିଂହଦ୍ୱାର ଆଗରେ ଅସ୍ଥାୟୀ ବ୍ୟାରିକେଡକୁ ସ୍ଥାୟୀ କରିବାକୁ ବିଚାରବିମର୍ଷ ଚାଲିଛି। ଭିତର ବେଢ଼ାରେ ୯ ଲାଇନ୍ ବିଶିଷ୍ଟ ଷ୍ଟିଲ୍ ବ୍ୟାରିକେଡିଂ ସହ ଜଗମୋହନରେ ୪ ଲେନ୍ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଲାଇନ୍ ବ୍ୟବସ୍ଥା କରାଯାଉଥିବା ବେଳେ ଉତ୍ତରଦ୍ୱାର ଦେଇ ଭିନ୍ନକ୍ଷମଙ୍କ ଲାଗି ମନ୍ଦିର ଭିତରକୁ ଯିବାର ବ୍ୟବସ୍ଥା ହୋଇଥିବା ଶ୍ରୀମନ୍ଦିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କହିଛନ୍ତି।