ସୁବର୍ଣ୍ଣପୁର: ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ରାସ୍ତାରୋକ

ସୁବର୍ଣ୍ଣପୁର: ଶୁକ୍ରବାର ସୋନପୁର-ସମ୍ୱଲପୁର ରାସ୍ତାର ପୋଢଟିକ୍ରା ଛକରେ ଘଟିଥିବା ସଡକ ଦୁର୍ଘଟଣାରେ ଉଲୁଣ୍ଡା ସିନ୍ଦ୍ରିଆବାହାଲ ଗାଁର ଯୁବକ ମାଖନୁ ତରିଆଙ୍କ ମୃତ୍ୟୁ ଘଟିଥିଲା। ଆଜି ମାଖନୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗ ଓ ଗ୍ରାମବାସୀ ମୃତକଙ୍କ ପରିବାରକୁ ସହାୟତା ଦାବିରେ ପୋଢଟିକ୍ରା ଛକରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ପରେ ଉଲୁଣ୍ଡା ତହସିଲଦାର ଓ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ସହ କ୍ଷତିପୂରଣ ଦେବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।