ସୁନ୍ଦରଗଡ଼ରେ କାଳବୈଶାଖୀ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ଜୋର ପବନ ବୋହିବାରୁ ଗଛ ଓ ବିଜୁଳି ଖୁଣ୍ଟ ଭାଂଗି ପଡ଼ିଛି। ସହର ନିକଟ କିରୋଇ ପଂଚାୟତରେ ଶତାଧିକ ଘର ଭାଂଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ସେପଟେ ଟାଙ୍ଗରପାଲିରେ ଘର ଭାଂଗିବା ଯୋଗୁଁ ଜଣେ ବାଳକ ଆହତ ହୋଇଛି।