ସ୍ୱର୍ଗଦ୍ୱାର ଜମି ହଡପ୍‌ ଘଟଣାର ତଦନ୍ତ ଆରମ୍ଭ

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଜମି ହଡପ୍‌ ମାମଲାର ତନାଘନା ଆରମ୍ଭ ହୋଇଛି। ପୁରୀ ସର୍କିଟ ହାଉସରେ ତହସିଲରୁ ଆସିଥିବା ବିଭିନ୍ନ ରେକର୍ଡ ଯାଞ୍ଚ କରାଯାଇଥିଲା। ୧୮୯୯ ସେଟଲମେଣ୍ଟଠାରୁ ୧୯୮୯ ପର୍ଯ୍ୟନ୍ତ ରେକର୍ଡ଼ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏଡିଏମ୍‌ଙ୍କ ସହ ୯ ଜଣିଆ ତଦନ୍ତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଏହାଛଡ଼ା ଜମି ସମ୍ପର୍କରେ ବିଭିନ୍ନ ତଥ୍ୟ ଗୋବର୍ଦ୍ଧନ ପୀଠ ମୁଖପାତ୍ରଙ୍କ ସହ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ସ୍ୱର୍ଗଦ୍ୱାର ସମ୍ପ୍ରସାରଣକୁ ବ୍ୟବସାୟୀକ ସଂଘ […]

puri swagadwara

puri swagadwara

Rakesh Mallick
  • Published: Friday, 24 March 2017
  • Updated: 24 March 2017, 10:16 PM IST

Sports

Latest News

ପୁରୀ: ପୁରୀ ସ୍ୱର୍ଗଦ୍ୱାର ଜମି ହଡପ୍‌ ମାମଲାର ତନାଘନା ଆରମ୍ଭ ହୋଇଛି। ପୁରୀ ସର୍କିଟ ହାଉସରେ ତହସିଲରୁ ଆସିଥିବା ବିଭିନ୍ନ ରେକର୍ଡ ଯାଞ୍ଚ କରାଯାଇଥିଲା।

୧୮୯୯ ସେଟଲମେଣ୍ଟଠାରୁ ୧୯୮୯ ପର୍ଯ୍ୟନ୍ତ ରେକର୍ଡ଼ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏଡିଏମ୍‌ଙ୍କ ସହ ୯ ଜଣିଆ ତଦନ୍ତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ଏହାଛଡ଼ା ଜମି ସମ୍ପର୍କରେ ବିଭିନ୍ନ ତଥ୍ୟ ଗୋବର୍ଦ୍ଧନ ପୀଠ ମୁଖପାତ୍ରଙ୍କ ସହ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ ସ୍ୱର୍ଗଦ୍ୱାର ସମ୍ପ୍ରସାରଣକୁ ବ୍ୟବସାୟୀକ ସଂଘ ବିରୋଧ କରିଥିଲା। ଏପରିକି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସ୍ୱର୍ଗଦ୍ୱାରର ଉନ୍ନତିକରଣ ହେଉ ମାତ୍ର ସମ୍ପ୍ରସାରଣ କରାନଯାଉ ବୋଲି ସଂଘ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos