ଟାଟା ଷ୍ଟିଲ୍ ଆନ୍ତଃ-ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଉଦଯାପିତ: କଳିଙ୍ଗନଗର ଡିଏଭି ସ୍କୁଲ ଚାମ୍ପିଅନ

ଭୁବନେଶ୍ୱର: ପଠାଣୀ ସାମନ୍ତ ପ୍ଲାନେଟାରିୟରେ ଆୟୋଜିତ ଟାଟା ଷ୍ଟିଲ୍ ଆନ୍ତଃ-ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ କଳିଙ୍ଗନଗର ଡିଏଭି ସ୍କୁଲର ଅମନ୍ ସାମଲ ଏବଂ ପ୍ରିୟାଂଶ ପ୍ରିୟଦର୍ଶୀ ଚାମ୍ପିୟନ୍ ହୋଇଛନ୍ତି। ଟାଟା ଷ୍ଟିଲ୍ ଭୁବନେଶ୍ୱରର ମୁଖ୍ୟ ମଣିକାନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପ୍ଲାନେଟାରିୟର ନିର୍ଦ୍ଦେଶକ ସୁଦର୍ଶନ ଦାସ, ଟାଟା ଷ୍ଟିଲ କଳିଙ୍ଗନଗର ପ୍ରକଳ୍ପ ଅପରେସନ୍ ବିଭାଗର ଭାଇସ୍ ପ୍ରେସିଡେଣ୍ଟ ରାଜୀବ କୁମାର ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସ୍ୱତନ୍ତ୍ର ସଚିବ ଧୃବଚରଣ ପଞ୍ଚୁଭାୟା ଅତିଥି ଭାବେ ଯୋଗ ଦେଇଥିଲେ।