ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର-ବିଜେପୁର ରାସ୍ତାର ତିଲମହୁଲ ଛକରେ ଗତକାଲି ରାତିରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ ମୃତକମାନେ ଭୁବନେଶ୍ୱର ଜାଗମରା ଅଞ୍ଚଳର। ତେବେ ସେମାନଙ୍କ ପରିଚୟ ଏବେ ସୁଦ୍ଧା ମିଳିପାରି ନାହିଁ।
ସୂଚନା ଅନୁଯାୟୀ ପିକ୍ନିକ୍ ପାଇଁ ନୃସିଂହନାଥ ପୀଠରୁ ଏକ କାର୍ରେ ଭୁବନେଶ୍ୱର ଫେରୁଥିବା ବେଳେ ପଦ୍ମପୁର-ବିଜେପୁର ରାସ୍ତାର ତିଲମହୁଲ ଛକରେ ଗାଡ଼ିଟି ଏକ ଗଛରେ ପିଟି ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।