ସୁନ୍ଦରଗଡ: ଟ୍ରକ୍-ବାଇକ୍ ଧକ୍କା, ୨ ମୃତ

ସୁନ୍ଦରଗଡ଼: ବଣାଇ ବଲାଣିଫାଟ ଛକ ନିକଟରେ ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସିନ୍ଦୁରକଳା ଗାଁର ଲିଙ୍ଗରାଜ ନାଏକ ଏବଂ ଦିଜୁର୍ ନାଏକ। ଉଭୟେ ଏକ ବାଇକରେ ସିନ୍ଦୁର କଳା ଗାଁରୁ ବଣାଇ ଯାଉଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଥିଲେ। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବଣାଇ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ପୋଲିସ ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।