ଉଦଳାରେ ରାସ୍ତା ଅବରୋଧ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବେଗୁନାଡିହା ଗାଁ ଲୋକେ ରାସ୍ତା ମରାମତି ଦାବିରେ ଆଜି ଉଦଳା-ବାଲେଶ୍ୱର ରାସ୍ତା ଅବରୋଧ କରିଛନ୍ତି। ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଛି।

ଗାଁଲୋକେ ରାସ୍ତା ସମସ୍ୟା ନେଇ ପ୍ରଶାସନକୁ ବାରମ୍ୱାର ଅବଗତ କରିଥିଲେ ସୁଦ୍ଧା କେହି ଶୁଣି ନ ଥିଲେ। ତେଣୁ ଗାଁ ଲୋକେ ବାଧ୍ୟ ହୋଇ ଆଜି ରାସ୍ତା ଅବରୋଧ କରିଥିବା କହିଛନ୍ତି।