ଉମରକୋଟ: ଟ୍ରାକ୍ଟର ଓଲଟି ୨ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ନିକଟସ୍ଥ ବେଲପାରା ନିକଟ ବୁଲାଣି ପାଖରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ଗୁରୁତର ହୋଇଛନ୍ତି। ଡ୍ରାଇଭରଙ୍କୁ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣ ହେଲେ ରବିଶଙ୍କର ଗଣ୍ଡା ଏବଂ ଜଗତ ଖରା। ରାଇଘର ପୋଲିସ୍ ଘଟଣାର ତଦନ୍ତ କରୁଛି।

ଚାଟୋରୀ ଗ୍ରାମକୁ ଏକ ମକା ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।