୭ମ ଦିନରେ ଭିଏସଏସ ମେଡିକାଲରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ

ଭୁବନେଶ୍ୱର/ସମ୍ବଲପୁର: ଭିଏସ୍ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୭ ଦିନରେ ଜାରି ରହିଛି। ପ୍ରାୟ ସାଢେ ୪ ଶହରୁ ଅଧିକ ଡାକ୍ତର ଆନ୍ଦୋଳନରେ ସାମିଲ ହୋଇଥିବାରୁ ମେଡିକାଲରେ ସ୍ୱାସ୍ଥ୍ୟସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ଆନ୍ଦୋଳନରତ ଡାକ୍ତରଙ୍କ ସହ ଆଜି ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଆନ୍ଦୋଳନ ଯୋଗୁଁ ବୁର୍ଲା ବଡ଼ମେଡିକାଲର ପିଜି ଓ ସିନିୟର ରେସିଡେଣ୍ଟ ଡାକ୍ତରଙ୍କ ଚାମ୍ୱରରେ ତାଲା ପଡିଥିବା ବେଳେ କାଜୁଆଲିଟିରୁ ନେଇ ଓପିଡି ଓ ବିଭିନ୍ନ ୱାର୍ଡରେ ସ୍ୱାସ୍ଥ୍ୟସେବା ବିଗିଡ଼ି ଯାଇଛି। ଡାକ୍ତର ଅଭାବରୁ ରୋଗୀଙ୍କୁ ଠିକଣା ସମୟରେ ଚିକିତ୍ସା ମିଳୁ ନ ଥିବା ଅଭିଯୋଗ ହେଉଛି।

ଗତକାଲି ଭଳି ମଙ୍ଗଳବାର ମଧ୍ୟ ଜୁନିୟର ଡାକ୍ତର ଓ ହାଉସ୍ ସର୍ଜନମାନେ ପ୍ରତିବାଦ ଶୋଭାଯାତ୍ରାରେ ବୁର୍ଲା ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ସିନିୟର ରେସିଡେଣ୍ଟ ଡକ୍ଟର ସାମିଲ ହୋଇଥିଲେ ବୋଲି ଭିଏସ୍ଏସ୍ ମେଡିକାଲ୍ କଲେଜର ଜେଡିଏ ସଭାପତି ଶଙ୍କର ରାମଚନ୍ଦାନୀ କହିଛନ୍ତି।

ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସମସ୍ତଙ୍କ ପରାମର୍ଶକୁ ଗ୍ରହଣ କରାଯାଉଛି। ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ମେଡିକାଲ କଲେଜରେ ଯାହାବି ସମସ୍ୟା ରହିଛି ଶୀଘ୍ର ସମାଧାନ କରାଯିବ। ଅନୁଷ୍ଠାନ ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ବଦ୍ଧ ପରିକର ଓ ଏ ନେଇ ସମସ୍ତଙ୍କ ପରାମର୍ଶକୁ ଅଗ୍ରାଧିକାର ଦିଆଯାଉଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’