ଶୀତ ଉତ୍ସବକୁ ବନ୍ଦ ପ୍ରତିବାଦରେ ଦାରିଙ୍ଗବାଡ଼ି ବନ୍ଦ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ଗତବର୍ଷଠାରୁ ଆରମ୍ଭ ହୋଇଥିବା ଶୀତ ଉତ୍ସବକୁ ଚଳିତବର୍ଷ  ବନ୍ଦ କରାଯାଇଛି। ଏହାର ପ୍ରତିବାଦରେ ଦାରିଙ୍ଗବାଡ଼ି ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକାରା ଦିଆଯାଇଛି। ଏହି ବନ୍ଦରେ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି। ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦାରିଙ୍ଗବାଡ଼ିକୁ ଯାନବାହନ ଚଳାଚଳ ବନ୍ଦ ରହିଛି।