ଯୁକ୍ତ ୨ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ହେବ ଅଫଲାଇନ୍‌ ପରୀକ୍ଷା, କାଲିଠୁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍‌ ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଆସନ୍ତାକାଲିଠାରୁ ଆବେଦନ କରିହେବ । ଅଗଷ୍ଟ ୭ ତାରିଖ ହେଉଛି ଆବେଦନର ଶେଷ ଦିନ । ଯେତେ ପିଲା ଆବେଦନ କରିବେ, ସେହି ଅନୁସାରେ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯିବ । ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା […]

Exam

Exam

Niharika Rout
  • Published: Thursday, 02 September 2021
  • Updated: 02 September 2021, 10:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇରେ ବିକଳ୍ପ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନ୍‌ ପରୀକ୍ଷା । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଆସନ୍ତାକାଲିଠାରୁ ଆବେଦନ କରିହେବ । ଅଗଷ୍ଟ ୭ ତାରିଖ ହେଉଛି ଆବେଦନର ଶେଷ ଦିନ । ଯେତେ ପିଲା ଆବେଦନ କରିବେ, ସେହି ଅନୁସାରେ ପରୀକ୍ଷା ସୂଚୀ ଓ ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରଣ କରାଯିବ ।

ଛାତ୍ରଛାତ୍ରୀମାନେ ବିନା ଦେୟରେ ପରୀକ୍ଷା ଦେବେ । ତାରିଖ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ସେପ୍ଟେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ । ଆସନ୍ତା କାଲିଠୁ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଆରମ୍ଭ ହେବ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍‌ ପ୍ରଦାନ କରାଯିବ। ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପା‌ରିବେ ।

କରୋନା ପାଇଁ ଏଥର ଯୁକ୍ତ ଦୁଇ ପରୀକ୍ଷା ହୋଇ ପାରିନଥିଲା । ତେଣୁ ବିକଳ୍ପ ଉପାୟ ଭାବେ ମାଟ୍ରିକ ମାର୍କକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା ।  ଏଥିରେ ବହୁ  ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ  ଅଫଲାଇନ୍‌ ପରୀକ୍ଷା କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ଅଫଲାଇନ୍‌ ପରୀକ୍ଷା ଦେଲେ ବିକଳ୍ପ ମୂଲ୍ୟାୟନରେ ମିଳିଥିବା ମାର୍କ କାଏମ୍ ରହିବ ନାହିଁ  । ଅଫଲାଇନ୍‌ ମାର୍କ ହିଁ ଚୂଡ଼ାନ୍ତ ହେବ ।  ଯୁକ୍ତ୨ରେ ବିଷୟ ସଂଖ୍ୟା ଅଧିକ ଥିବାରୁ ସବୁ ବିଷୟରେ ପରୀକ୍ଷା କଲେ ଅଧିକ ସମୟ ଲାଗିବ । ତେଣୁ ସମସ୍ତ ବିଷୟର ପରୀକ୍ଷା ହେବନି। । ଆବେଦନକାରୀଙ୍କ ସଂଖ୍ୟକୁ ଦୃଷ୍ଟିରେ ରଖି କିଭଳି ଓ କେଉଁ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos