B.Tech ଓ M.Tech ପିଲାଙ୍କ ପାଇଁ SBIରେ ଚାକିରି ସୁଯୋଗ
ନୂଆଦିଲ୍ଲୀ: ଦେଶର ଜଣାଶୁଣା ବ୍ୟାଙ୍କ ଏସ୍ବିଆଇ ତଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଣିଛି ଚାକିରି ସୁଯୋଗ। ଖାଲି ପଡିଥିବା ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ରେଗୁଲାର ଓ ଚୁକ୍ତି ଭିତ୍ତିରେ ଏହି ନିଯୁକ୍ତି ମିଳିବ। ଏପ୍ରିଲ ୨୭ ତାରିଖରୁ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଇଚ୍ଛୁକ ପ୍ରାର୍ଥୀ ଏସ୍ବିଆଇ ୱେବସାଇଟ୍କୁ ଯାଇ ଆବେଦନ କରିପାରିବେ।
ମୋଟ ପଦବୀ-୩୫
ମୋଟ ୩୫ଟି ପଦବୀ ମଧ୍ୟରୁ ୭ଟି ରେଗୁଲାର ରହିଛି।
ଏଗ୍ଜିକ୍ୟୁଟିଭ୍(ଟେଷ୍ଟ ଇଞ୍ଜିନିୟର)-୧୦
ସିନିଅର ଏଗ୍ଜିକ୍ୟୁଟିଭ (କାର୍ଯ୍ୟଦକ୍ଷତା / ଅଟୋମେସନ ଟେଷ୍ଟ ଇଞ୍ଜିନିୟର)-୪
ସିନିଅର ଏଗ୍ଜିକ୍ୟୁଟିଭ (ପ୍ରୋଜେକ୍ଟ ମ୍ୟାନେଜର)-୪
ଏଗ୍ଜିକ୍ୟୁଟିଭ (ଇଣ୍ଟରଆକ୍ସନ୍ ଡିଜାଇନର୍)-୩
ଏଗ୍ଜିକ୍ୟୁଟିଭ (ପୋର୍ଟାଲ୍ ଆଡମିନିଷ୍ଟ୍ରେଟର)-୩
ସିନିଅର ଏଗ୍ଜିକ୍ୟୁଟିଭ (ଇଣ୍ଟରଆକ୍ସନ୍ ଡିଜାଇନର୍)-୨
ସିଷ୍ଟମ୍ ଅଫିସର (ଟେଷ୍ଟ ଇଞ୍ଜିନିୟର)-୨
ସିଷ୍ଟମ୍ ଅଫିସର (ପ୍ରୋଜେକ୍ଟ ମ୍ୟାନେଜର୍)-୨
ସିଷ୍ଟମ୍ ଅଫିସର (ୱେବ୍ ଡେଭଲପର୍)-୧
ସିଷ୍ଟମ୍ ଅଫିସର (ପରଫରମାନ୍ସ / ସିନିୟର ଅଟୋମେସନ୍ ଟେଷ୍ଟ ଇଞ୍ଜିନିୟର)-୧
କିଭଳି ହେବ ଚୟନ?
ଅନ୍ଲାଇନ୍ ଲିଖିତ ପରୀକ୍ଷା ଆସନ୍ତା ଜୁନ ୨୫ରେ କରାଯିବ। ପରୀକ୍ଷାର କଲ୍ ଲେଟର ବ୍ୟାଙ୍କର ୱେବସାଇଟରେ ଅପଲୋଡ୍ ହେବ ଏବଂ ଏସଏମଏସ ଏବଂ ଇ-ମେଲ ମାଧ୍ୟମରେ ପ୍ରାର୍ଥୀଙ୍କୁ ସୂଚିତ କରାଯିବ। ପରୀକ୍ଷା ପାଇଁ ଆଡମିଟ୍ କାର୍ଡଗୁଡିକ ଜୁନ୍ ୧୬ରୁ ଡାଉନଲୋଡ୍ କରିହେବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇଣ୍ଟରଭ୍ୟୁ କରାଯିବ। ଏହି ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ।
ଆବେଦନ ଫି’: ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପାଇଁ ଜେନେରାଲ/ଓବିସି/ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି’ ୭୫୦ ଟଙ୍କା ଦେବାକୁ ପଡିବ। ଅନ୍ୟପକ୍ଷରେ, ଏସସି, ଏସଟି ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଫି’ ଛାଡ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା: B.E/ B.Tech (Engg), MCA/ M.E/ M.Tech
କିଭଳି କରିବେ ଆବେଦନ?
ଇଚ୍ଛୁକ ପ୍ରାର୍ଥୀ ଏସ୍ବିଆଇର ଅଫିସିଆଲ୍ ୱେବସାଇଟ୍ https://bank.sbi/web/careers କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମେ’ ୧୭ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।