‘ଦ କପିଲ ଶର୍ମା’ ଶୋରେ ‘ରଇସ’ର ପ୍ରୋମୋସନ କରିବେ ଶାହାରୁଖ

ମୁମ୍ବାଇ:  କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ରଇସ’ର ପ୍ରୋମୋସନ କମେଡିୟାନ କପିଲ ଶର୍ମାଙ୍କ ‘ଦ କପିଲ ଶର୍ମା’ ଶୋ’ରେ ଦେଖିବାକୁ ମିଳିବ। କପିଲ ଓ କିଙ୍ଗ୍‌ ଖାନ୍‌ଙ୍କ ବନ୍ଧତ୍ୱ ସମସ୍ତଙ୍କୁ ଜଣାଅଛି। ଶାହାରୁଖ ନିଜର ଫିଲ୍ମର  ପ୍ରୋମୋସନ ପାଇଁ  କପିଲଙ୍କ ଶୋ’କୁ ଆସିଥାନ୍ତି।  କିଙ୍ଗ୍‌ ଖାନ୍‌ଙ୍କୁ  ‘ଡିୟର ଜିନ୍ଦେଗୀ’  ଫିଲ୍ମର ପ୍ରୋମୋସନ ପାଇଁ ଆଲିଆଙ୍କ ସହ  କପିଲଙ୍କ ଶୋ’ରେ ଦେଖିବାକୁ ମିଳିଥିଲା। ସେହିପରି ‘ରଇସ’ର ପ୍ରୋମୋସନ ପାଇଁ  କପିଲଙ୍କ ଶୋ’ରେ ନଜର ଆସିବେ। ଏହି ଶୋ’ର ସୁଟିଂ ୧୬ ତାରିଖରେ  ଆରମ୍ଭ ହେବ।