୧୦୦କୋଟି ଟଙ୍କା ଆୟ କଲା ‘କାବିଲ’

ମୁମ୍ବାଇ: ୨୫ ଜାନୁଆରୀରେ ରିଲିଜ୍‌ ହୋଇଥିବା ହ୍ରିତିକ୍‌ଙ୍କ ଫିଲ୍ମ “କାବିଲ”  ୧୧ ଦିନରେ ବକ୍ସ ଅଫିସରେ ୧୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି। ଆସନ୍ତାକାଲି ୯.୨ କୋଟି ଟଙ୍କା ଆୟ କରିଥିଲା।

ଏହି ଫିଲ୍ମରେ ହ୍ରିତିକ୍‌ ରୋସନ ଓ ୟାମୀ ଗୌତମ ଅନ୍ଧ ଭାବରେ ନଜର ଆସିଛନ୍ତି।

କିଙ୍ଗ୍‌ ଖାନ୍‌ଙ୍କ ‘ରଇସ୍’ ଓ ହ୍ରିତିକ୍‌ଙ୍କ ଫିଲ୍ମ ‘କାବିଲ’ ବକ୍ସ ଅଫିସରେ ଟକ୍କର ହୋଇଥିଲା।  ‘ରଇସ’ ବକ୍ସ ଅଫିସରେ ୧୦୦କୋଟି ଟଙ୍କା ଅଧିକ ଆୟ କରିଛି।