୭୦ ବର୍ଷରେ ପୁଣି ବିବାହ କଲେ କବୀର ବେଦୀ

ମୁମ୍ବାଇ: ଜାନୁଆରୀ ୧୬ ଅର୍ଥାତ ଗତକାଲି ବିଶିଷ୍ଟ ଅଭିନେତା କବୀର ବେଦୀ ତାଙ୍କର ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି। ତେବେ ଏ ଜନ୍ମଦିନ ତାଙ୍କ ପାଇଁ ବେଶ୍ ଖାସ୍ ହୋଇଛି। କାରଣ ଜନ୍ମ ଦିନର ଠିକ୍ ଗୋଟିଏ ଦିନ ପୂର୍ବରୁ (ଜାନୁଆରୀ ୧୫)ରେ ସେ ପୁଣି ବିବାହ କରିଛନ୍ତି। ସେ ଦୀର୍ଘ ଦିନର ବାନ୍ଧବୀ ପରବୀନ ଦୁସାଂଜ (୪୨)ଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। କବୀର ବେଦୀଙ୍କର ଏହା ହେଉଛି ଚତୁର୍ଥ ବିବାହ। ଏହି ବିବାହକୁ ନେଇ କବୀର ବେଦୀଙ୍କ ଝିଅ ତଥା ଅଭିନେତ୍ରୀ ପୂଜା ବେଦୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ସବୁ ପରୀ କାହାଣୀରେ ପିଶାଚୀ ଅବା ଖରାପ ସାବତ ମା’ ଥାଆନ୍ତି। ତାଙ୍କ ପାଇଁ ଏହି ଚରିତ୍ର ଏବେ ଆସିଛି।

ଅନ୍ୟପକ୍ଷରେ କବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ୍ ଅଭିନେତା ଗୁଲସନ୍ ଗ୍ରୋଭର। କବୀର ଆହୁରି ୧୦ ଥର ବିବାହ କରନ୍ତୁ ବୋଲି ସେ କହିଛନ୍ତି।

ପରବୀନ ଦୁସାଂଜ ତାଙ୍କର ବିବାହ ଫଟୋକୁ ଟ୍ୱିଟ୍ କରିଛନ୍ତି ଓ କବୀରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀ ଶ୍ରେନୁଙ୍କୁ କରୋନା

ଆଜି ପପୁ ପମ୍‌ ପମ୍‌ଙ୍କ ଜନ୍ମଦିନ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ଵାମୀ

ରିୟାଙ୍କୁ ଧମକ: ଆତ୍ମହତ୍ୟା କର ନଚେତ୍ ଦୁଷ୍କର୍ମ ଓ ହତ୍ୟା କରାଯିବ

ସବ୍ୟଙ୍କ ପାଇଁ ଓଡ଼ିଶା ଫେରି ବାହା ହୋଇପାରିଲେ କଳ୍ପନା

କେମିତି ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ, ରିପୋର୍ଟ ଦାଖଲ କରିବାକୁ ପୁଲିସ୍ ପ୍ରସ୍ତୁତ, ହେଲେ ଅପେକ୍ଷା…

ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଓଡ଼ିଶାର ‘ରକ୍‌’, ଅପ୍‌ସରାଙ୍କ ବିପକ୍ଷରେ କରିବେ ଅଭିନୟ

‘ଟିଭିରେ ଖବର ଦେଖି ଅଧିକ ଭୟଭୀତ ହୁଅନ୍ତୁ ନାହିଁ’

‘କରଣ ଭୟଭୀତ ଅଛନ୍ତି ଏବଂ କିଛି କହିବା ଅବସ୍ଥାରେ ନାହାନ୍ତି’

୬ ଦିନ ପରେ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ

ଉର୍ବଶୀ ନେବେ ୭ କୋଟି

ସାରାଙ୍କ ଡ୍ରାଇଭରଙ୍କୁ କରୋନା