ଆଲିଆ-ସିଦ୍ଧାର୍ଥ ଯୋଡିଙ୍କୁ ଗ୍ରୀନ ସିଗନାଲ

ମୁମ୍ବାଇ: ‘ଶାନଦାର’ ଷ୍ଟାର ଆଲିୟା ଓ ‘ବ୍ରଦର’ ଷ୍ଟାର ସିଦ୍ଧାର୍ଥ ଅନେକ ଥର ଏକାଠି ନଜରକୁ ଆସିଛନ୍ତି। ଏମିତି କି ପବ୍ଲିକ୍ ପ୍ଲେସରେ ବି ଏମାନେ କାଫି କମ୍ଫଟେବଲ୍ ଭାବେ ନିଜର ଆପିଏରାନ୍ସ ଦିଅନ୍ତି। କିନ୍ତୁ ଆଜିଯାଏଁ ନିଜର ରିଲେସନସିପକୁ ଏମାନେ ଖୋଲାଖୋଲି ଭାବେ କେବେ ସ୍ୱୀକାର କରିନାହାନ୍ତି। ହେଲେ ଆଲିୟାଙ୍କ ପାପା ମାନେ ମହେଶ ଭଟ୍ଟ ଏ ନେଇ ଦେଇଛନ୍ତି ନିଜର ଗ୍ରୀନ୍ ସିଗନାଲ। ଆଲିୟା-ସିଡ୍ ପ୍ରେମ ସମ୍ପର୍କକୁ ନେଇ ତାଙ୍କର କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।