ନିର୍ଦ୍ଦେଶକଙ୍କୁ ପାଗଳ କହିଲେ ଅମିତାଭ: ଫେରି ଆସିବାକୁ ଟିକଟ୍‌ ମଧ୍ୟ ମାଗିଲେ

ମୁମ୍ବାଇ: ବିଗ୍‌ବି ଅମିତାଭ ବଚ୍ଚନ ଅଧିକ ସମୟ ସୋସିଆଲ୍‌ ମିଡିଆରେ ସକ୍ରିୟ ରହିଥାନ୍ତି। କେବେ କବିତା ତ ଆଉ କେବେ ଶିକ୍ଷଣୀୟ କଥା ଟ୍ୱିଟ୍‌ କରନ୍ତି। କିନ୍ତୁ ଏଥର ଅମିତାଭ କିଛି ଏମିତି ଟ୍ୱିଟ୍‌ କରିଛନ୍ତି, ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅମିତାଭ ଫିଲ୍ମ ନିର୍ଦ୍ଦେଶକ, ସୂଜୟ ଘୋଷଙ୍କୁ ପାଗଳ କହିବା ସହିତ ଫେରି ଆସିବା ପାଇଁ ଟିକେଟ୍ କରିଦେବାକୁ ଟ୍ୱିଟ୍‌ରେ ଲେଖିଛନ୍ତି। ଏବେ ଭାବୁଥିବେ ଅମିତାଭ ଏପରି ଟ୍ୱିଟ୍‌ କାହିଁକି କଲେ ଓ ଫେରିବାକୁ କ’ଣ ତାଙ୍କ ପାଖରେ ଟଙ୍କା ନଥିଲା ସେ ସୂଜୟଙ୍କୁ ମାଗୁଥିଲେ। ତେବେ ଆସନ୍ତୁ ଜାଣିବା ପୂର ଘଟଣା କ’ଣ।
amitavପ୍ରକୃତ କଥା ହେଉଛି, ଅମିତାଭ୍‌ ବଚ୍ଚନ ଲୋକପ୍ରିୟ ବଲିଉଡ୍‌ ଡାଇରେକ୍ଟର ସୂଜୟ ଘୋଷଙ୍କ ଅପକମିଂ ଫିଲ୍ମ ‘ବଦଲା’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏତିକି ବେଳେ ସୂଜୟ ଅମିତାଭ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍‌ କରି ଲେଖିଥିଲେ, ‘ଆପଣ କେତେ ପ୍ରସ୍ତୁତ ଅଛନ୍ତି କିଛି ଫରକ ପଡ଼େ ନାହିଁ। ଆପଣ କେବେ ବି ସୁଟିଂ ତାଇଁ ପ୍ରସ୍ତୁତ ହୁଅନ୍ତି ନାହିଁ।’ ସୂଜୟଙ୍କ ଏହି ଟ୍ୱିଟ୍‌ର ତୁରନ୍ତ ଜବାବ ଦେଇଥିଲେ ଅମିତାଭ। ସେ ଲେଖିଥିଲେ,’ଓହୋ, ଏଥିପାଇଁ ଧନ୍ୟବାଦ। ମୁଁ ଲଣ୍ଡନରୁ ଗ୍ଲାସ୍‌ଗୋ ପହଞ୍ଚିବା ପୂର୍ବରୁ ଫେରିବା ପାଇଁ ଟିକଟ କରିଦେଇଥିବେ। ମୁଁ ଜାଣିଥିଲି, ଆପଣ ଜଣେ ପାଗଳ। ଏବେ ଏହା ପ୍ରମାଣିତ ହୋଇଗଲା।’ ଏହା ପରେ ସୂଜୟ ରିଟ୍ୱିଟ୍‌ କରିଥିଲେ। ସେ ଲେଖିଥିଲେ, ‘ସାର୍‌ ଆମେ ପାର୍ଟି ଆରମ୍ଭ କରିବା ପାଇଁ ଆପଣଙ୍କ ଅପେକ୍ଷାରେ ଅଛୁ।’
ପ୍ରକାଶ ଥାଉକି, ଅମିତାଭଙ୍କ ସହ ‘ବଦଲା’ରେ ତାପସୀ ତନ୍ନୁ ସ୍କ୍ରିନ୍‌ ସେୟାର କରୁଛନ୍ତି।