ମାଙ୍କଡ଼ ଠାରୁ ମାଡ଼ ଖାଇ ଚର୍ଚ୍ଚାରେ ଅମିତାଭ
ମୁମ୍ବାଇ: ଅମିତାଭ ବଚ୍ଚନ ପୁଣି ତାଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବିଗ୍ ବି ମଙ୍ଗଳବାର ରାତିରେ ବହୁ ବର୍ଷ ପୁରୁଣା ଏକ ଘଟଣା ବିଷୟରେ ନିଜ ଟ୍ୱିଟର ପେଜ୍ରେ ଲେଖିଛନ୍ତି। ସେ ଏକ ଫଟୋ ସେୟାର କରିଛନ୍ତି। ଫଟୋଟି ୧୯୭୮ ମସିହାର ଯେତେବେଳେ ସେ ଫିଲ୍ମ ‘ଗଙ୍ଗାକି ସୌଗନ୍ଧ’ର ସୁଟିଂ କରୁଥିଲେ। ଫଟୋରେ ଅମିତାଭଙ୍କ ସହ ଏକ ମାଙ୍କଡ଼ ଅଛି। ମାଙ୍କଡ଼ଟି ତାଙ୍କ ପାଖରେ ବସି କିଛି ଖାଉଛି।
T 2835 – feeding a 'langur' in Hrishikesh, Laxman Jhoola during the shoot for 'Ganga ki Saughandh' .. until another one came and whacked me on the face for ignoring him .. hahahahaha pic.twitter.com/6Jq4Qolpuv
— Amitabh Bachchan (@SrBachchan) June 12, 2018
ଏହି ଫଟୋର କ୍ୟାପ୍ସନ୍ରେ ଅମିତାଭ ଲେଖିଛନ୍ତି,‘‘ ଗଙ୍ଗାକି ସୌଗନ୍ଧର ସୁଟିଂ ବେଳେ ରିଷିକେଶର ଲକ୍ଷ୍ମଣ ଝୁଲାରେ ମୁଁ ଗୋଟିଏ ମାଙ୍କଡ଼କୁ କିଛି ଖୁଆଉ ଥିଲି। ସେତେବେଳେ ଆଉ ଏକ ମାଙ୍କଡ଼ ଆସି ମୋତେ ଏକ ଚାପୁଡ଼ା ମାରିଥିଲା। ତାକୁ ଲାଗିଲା ଯେ ମୁଁ ତାକୁ ନଜର ଅନ୍ଦାଜ କରୁଛି। ହା ହା ହା ହା…।’’
ଆମେ ଶୁଣିଛୁ ଛୋଟବେଳେ ଅମିତାଭ ୨୫ ପଇସା ଚୋରାଇ ତାଙ୍କ ମା’ ତେଜୀ ବଚ୍ଚନଙ୍କ ଠାରୁ ଚାପୁଡ଼ା ଖାଇଥିଲେ। ଆହୁରି ମଧ୍ୟ ସ୍କୁଲ କାନ୍ଥରେ ପେନ୍ସିଲ୍ରେ ଗାର ପକାଇ ପ୍ରିନ୍ସପାଲଙ୍କ ଠାରୁ ମାଡ଼ ଖାଇଥିଲେ। ତାଙ୍କୁ ବେତମାଡ଼ ଖାଇବାକୁ ପଡ଼ିଥିଲା। ତେବେ ଲାଗୁଛି ଏ ମାଡ଼ ଅପେକ୍ଷା ମାଙ୍କଡ଼ର ମାଡ଼ ଅଧିକ ଜୋର ଥିଲା! ବୋଧହୁଏ ସେଥିପାଇଁ ଅମିତାଭ ସେ ଘଟଣାକୁ ଭୁଲି ନାହାଁନ୍ତି!
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।