ଅମିତାଭଙ୍କ ପ୍ରଥମ ପସନ୍ଦ ଥିଲେ ଅମ୍ରିତା

ମୁମ୍ବାଇ: ସାରା ଦୁନିଆ ଅମିତାଭ ବଚ୍ଚନଙ୍କ ପ୍ରେମରେ ପାଗଳ ଥିବାବେଳେ ଅମିତାଭ କିନ୍ତୁ ଦାରା ସିଂଙ୍କ ଝିଅ ଅମ୍ରିତାଙ୍କ ପ୍ରେମରେ ଥିଲେ ଦିବାନା। ଅମିତାଭ ଅମ୍ରିତାଙ୍କୁ ପସନ୍ଦ କରୁଥିଲେ। କିନ୍ତୁ ଅମ୍ରିତା ଭଲ ପାଉନଥିଲେ ତାଙ୍କୁ। ବିଗ୍ ବି ସବୁବେଳେ  ଅମ୍ରିତାଙ୍କ  ପାଖେ ପାଖେ ରହିବାକୁ ଚାହୁଁଥିଲେ। କିନ୍ତୁ ଅମ୍ରିତା ଜାଣି ଶୁଣି ଅମିତାଭଙ୍କୁ ଇଗୋନୋର କରୁଥିଲେ।  ମୁମ୍ୱାଇର ପିଆନୋ ବାରରେ ହୋଇଥିବା ପାର୍ଟିରେ ଅମିତାଭ  ଅମ୍ରିତାଙ୍କ ପାଇଁ ପାଗଳ ହୋଇଗଲେ। ଅମିତାଭ ବଚନ୍ ନିଜ ସାଙ୍ଗ ଡ୍ୟାନିଙ୍କ ସହ ଏହି ପାର୍ଟିକୁ ଆସିଥିଲେ। ଆଉ ପାର୍ଟିରେ ଅମ୍ରିତାଙ୍କୁ ଦେଖି ଖୁସି ହୋଇଯାଇଥିଲେ। କିନ୍ତୁ ଅମ୍ରତା ପାର୍ଟିରୁ ବାହରି ଯାଉଥିଲେ। ଅମ୍ରିତାଙ୍କୁ ରିକ୍ୟୁଏଷ୍ଟ୍ କଲେ ଅମିତାଭ ରହିବା ପାଇଁ। ଅମ୍ରତା  ପାର୍ଟିରେ ତ ରହିଲେ କିନ୍ତୁ ଡ୍ୟାନସ କଲେ ଡ୍ୟାନିଙ୍କ ସହ। ଆଉ ଏହା ଦେଖି ଅମିତାଭ ଅମ୍ରିତାଙ୍କୁ ଡ୍ୟାନିଙ୍କଠୁ ଜୋରରେ ଟାଣିଆଣିଲେ ଆଉ କିସ୍ କଲେ। ଅମ୍ରିତାଙ୍କ ପ୍ରେମରେ ଏଲଭଳି ପାଗଳ ଥିଲେ ଅମିତାଭ ବଚନ୍ ଯେ ଯେ ସବୁ ଲୋକଙ୍କ ଆଗରେ କିସ କରିଦେଲେ। ଏହି ଘଟଣା ପରେ ଅମ୍ରିତାଙ୍କୁ କ୍ଷମା ମାଗିଥିଲେ ଅମିତାଭ।