ଅମିତାଭଙ୍କ ଟ୍ୱିଟର ଫୋଲୋର ସଂଖ୍ୟା ୧୯ ନିୟୁତ ଛୁଇଁଲା

ମୁମ୍ବାଇ: ବୟସ ବଢ଼ିବା ସହିତ କ୍ରେଜ୍ କମିନି ବିଗ୍ ବି ଅମିତାଭ ବଚ୍ଚନଙ୍କର। ବରଂ ବଢ଼ି ଚାଲିଛି। ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି। ଅମିତାଭଙ୍କ ଟ୍ୱିଟର ଫୋଲୋରଙ୍କ ସଂଖ୍ୟା ୧୯ ନିୟୁତ ଛୁଇଁଛି। ଆଉ ଏଥିରେ ସେ ଶାହାରୁଖ ଖାନ୍, ଅମୀର ଖାନ୍, ସଲମାନ ଖାନ୍ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ବି ପଛରେ ପକାଇ ଦେଇଛନ୍ତି। ଟ୍ୱିଟରରେ ଶାହାରୁଖଙ୍କ ଫୋଲୋରଙ୍କ ସଂଖ୍ୟା ୧୭.୫ ନିୟୁତ ରହିଥିବା ବେଳେ ଅମୀର ଓ ସଲମାନଙ୍କ ଫୋଲୋରଙ୍କ ସଂଖ୍ୟା ଯଥାକ୍ରମେ ୧୬.୨ ଓ ୧୫.୮ ନିୟୁତ ରହିଛି। ସେହିପରି ପ୍ରିୟଙ୍କା ଚୋପ୍ରାଙ୍କ ଫୋଲୋରଙ୍କ ସଂଖ୍ୟା ୧୨.୫ ନିୟୁତ ରହିଛି। ଟ୍ୱିଟରରେ ୧୯ ନିୟୁତ ଫୋଲୋର ପାଇବାରେ ଅମିତାଭ ବଲିଉଡର ପ୍ରଥମ ସେଲିବ୍ରେଟି।

୨୦୧୦ ମେ’ ମାସରେ ଅମିତାଭ ନିଜ ଟ୍ୱିଟର ଆକାଉଣ୍ଟ୍ ଖୋଲିଥିଲେ। ୭୩ ବର୍ଷୀୟ ଅମିତାଭଙ୍କର ଫିଲ୍ମ ‘ୱଜିର’ ନିକଟରେ ରିଲିଜ୍ ହୋଇଥିଲା।