ଅମଜାଦ୍ ଖାନ୍ କେମିତି ବନିଲେ ଗବର ସିଂ ?

ମୁମ୍ବାଇ:୧୯୭୫ ମସିହା ସୁପରହିଟ୍ ସିନେମା ‘ସୋଲେ’ର ଭିଲେନ୍ ଗବର ସିଂ ଓରଫ ଅମଜାଦ୍ ଖାନ୍। ବଲିଉଡ ସିନେମାରେ ଗବର ସିଂଙ୍କ ଡାଇଲଗ୍ ସବୁବେଳେ ହିଟ୍। ଗବର ସିଂ କ୍ୟାରେଟରକୁ ସବୁ ବର୍ଗର ଦର୍ଶକ ପସନ୍ଦ କରିଛନ୍ତି। କିନ୍ତୁ ଜାଣନ୍ତି ଏହି ରୋଲ ପାଇଁ  ନିର୍ଦ୍ଦେଶକ ରମେଶ ସିପ୍ପିଙ୍କର ପ୍ରଥମ ପସନ୍ଦ ନ ଥିଲେ ଅମଜାଦ୍। ରମେଶ ଗବର ସିଂଙ୍କ କ୍ୟାରେଟର ପାଇଁ ଡ୍ୟାନି ଡିଞ୍ଜେ।ପାଙ୍କୁ ସାଇନ କରିବାକୁ ଚାହୁଁଥିଲେ। ଡାନି ବ୍ୟସ୍ତ ଥିବାରୁ ସୋଲେର ଗବର ବନିଲେ ଅମଜାଦ୍ ଖାନ୍। ଗବର ରୋଲ ଅମଜାଦଙ୍କ ପାଇଁ ଏତେ ସହଜ ନ ଥିଲା। ଡାକୁ ଭଳି ଦେଖାଯିବା ପାଇଁ ଅମଜାଦ୍ ଖୋଲା ଦେହରେ ଖରାରେ ଗୋଟିଏ ମାସ ଶୋଇଥିଲେ। ଗୋରା ଅମଜାଦଙ୍କୁ କଳା ହେବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା।