ଏପ୍ରିଲରେ ପରଦାକୁ ଆସିବ ‘ଲକ୍ଷ୍ନୌ ଇସ୍କ’

ମୁମ୍ବାଇ: ଆସନ୍ତା ଏପ୍ରିଲରେ ରିଲିଜ୍ ହେବ ରୋମାଣ୍ଟିକ୍ ଫିଲ୍ମ  ‘ଲକ୍ଷ୍ନୌ ଇସ୍କ’। ଏହି ରୋମାଣ୍ଟିକ ସିନେମାର ଲିଡ୍ ରୋଲ୍ ପ୍ଲେ କରିଛନ୍ତି ଅଧ୍ୟୟନ ସୁମନ୍ (ପ୍ରେମ୍) ଏବଂ କରିସ୍ମା କୋଟକ୍(ସୁନୟନା)। ବାହାଘର ଭୋଜିରେ ମେଡିକାଲ ଷ୍ଟୁଡେଣ୍ଟ ପ୍ରେମ୍ ଏବଂ ଜଣେ ସାଧାରଣ ଝିଅ ସୁନୟନାଙ୍କୁ ପ୍ରଥମ ଦେଖାରେ ହିଁ ପ୍ରେମରେ ପଡୁଛନ୍ତି। ଆଉ ସୁନୟନାକୁ ବିବାହ କରିବାକୁ ପଣ କରୁଛି ପ୍ରେମ୍। ପ୍ରେମରେ ବାଧା ବି ଉପଜୁଛି। କିନ୍ତୁ ଏହାକୁ କପରି ସମ୍ମୁଖୀନ କରୁଛନ୍ତି ଦୁଇ ପ୍ରେମୀ, ତାହା ଫିଲ୍ମିଟିରେ ଚିତ୍ରିତ ହୋଇଛି।

ଏହି ଫିଲ୍ମର ନିର୍ଦ୍ଦେଶନା ଆନନ୍ଦ ରାଉତ ଦେଉଥିବା ବେଳେ ପ୍ରଯୋଜନା ଦେଉଛନ୍ତି ବିଜୟ ମିଶ୍ରା। ଏଥିରେ ୫ଟି ଗୀତ ରହିଥିବା ବେଳେ ମ୍ୟୁଜିକ କଂପୋଜ କରିଛନ୍ତି ରାଜା ଆଶୋ।