‘ଆଶିକ୍-୩’ରୁ କଙ୍ଗନା ଆଉଟ୍

ମୁମ୍ବାଇ: ଏବେ ବି-ଟାଉନରେ ହ୍ରିତିକ୍ ଏବଂ କଙ୍ଗନାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ‘ଆଶିକ-୩’ରୁ କଙ୍ଗନାକୁ ଆଉଟ କରିଦିଆଯାଇଛି। ମ୍ୟୁଜିକ୍ ବ୍ଲକ ବ୍ଲାଷ୍ଟର ‘ଆଶିକ-୨’ ପରେ ଆସୁଛି ଏହାର ସିକ୍ୟୁଏଲ ଆଶିକ-୩। ଏଥିପାଇଁ ନିଜର କନଫରମେସନ୍ ଦେଇସାରିଛନ୍ତି ହ୍ରିତିକ୍। ଏହି ଫିଲ୍ମରେ ତାଙ୍କ ଫିମେଲ୍ ଲିଡ୍ ଭାବେ କଙ୍ଗନା ନଜର ଆସିବାର ଥିଲା। କିନ୍ତୁ ସବୁବେଳେ କଙ୍ଗନା ଓ ହ୍ରିତିକଙ୍କୁ ନେଇ ଉଠୁଥିବା ଗୁଜବ ପାଇଁ ହ୍ରିତିକ୍ ଏବେ ମୁହଁ ଫେରାଇ ନେଇଛନ୍ତି ‘ତନୁ ୱେଡସ ମନୁ ରିଟର୍ଣ୍ଣ’ ଷ୍ଟାରଙ୍କ ଠାରୁ। ‘ଆଶିକି-୩’ରେ କଙ୍ଗନାଙ୍କ ବଦଳରେ ସୋନମ କପୁର ଅଭିନୟ କରିବେ ବୋଲି ଜଣାପଡିଛି।