ସୁଶାନ୍ତଙ୍କ `ଛିଛୋରେ’ ପାଇଲା ଶ୍ରେଷ୍ଠ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ: ବର୍ଷ ୨୦୧୯ ପାଇଁ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ବଲିଉଡ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ `ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ସେହିପରି କଙ୍ଗନା ରଣାୱତଙ୍କୁ ଫିଲ୍ମ `ମଣିକର୍ଣ୍ଣିକା’ ଏବଂ `ପଙ୍ଗା’  ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। `ଭୋଷଲେ’ ଫିଲ୍ମ ପାଇଁ ମନୋଜ ବାଜେପୟ ଓ `ଅସୁରନ୍‌’ ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି।

ଫିଲ୍ମ ସୁଟିଂ ପାଇଁ ସିକ୍କିମଙ୍କୁ ପ୍ରିୟ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମିଳିଛି |

ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ `ଦ ତାସ୍‌କେଣ୍ଟ’ ଫିଲ୍ମ ପାଇଁ ପଲ୍ଲଭୀ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ଶ୍ରେଷ୍ଠ ସହ ଅଭିନେତା ପାଇଁ ଫିଲ୍ମ `ସୁପର ଡିଲକ୍ସ’ ଲାଗି ବିଜୟ ସେତୁପତି ପୁରସ୍କୃତ ହୋଇଛନ୍ତି।

ଶ୍ରେଷ୍ଟ ବହି ‌ ଅନ୍ ସିନେମା- ଏ ଗାନ୍ଧିଆନ୍ ଅଫେୟାର୍‌: ଇଣ୍ଡିଆଜ୍‌ କ୍ୟୁରିଅସ୍‌ ଲବ ଇନ୍‌ ସିନେମା ବୟ ସଞ୍ଜୟ ପୁରୀ

ଶ୍ରେଷ୍ଠ ନରେସନ୍‌- ୱାଇଲ୍ଡ କର୍ଣ୍ଣାଟକ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ବିଶାଖ ଜ୍ୟୋତି

ଶ୍ରେଷ୍ଠ ସିନେମୋଟୋଗ୍ରଫି- ସବିତା ସିଂହ

ଶ୍ରେଷ୍ଠ ନିର୍ଦ୍ଦେଶକ- ଫିଲ୍ମ `ନକ୍‌ ନକ୍‌ ନକ୍‌’ ପାଇଁ ସୁଧାଂଶୁ ସରିୟା

ଶ୍ରେଷ୍ଠ ଆନିମେସନ ଫିଲ୍ମ- ରାଧା

ଫିଚର ଫିଲ୍ମରେ ଶ୍ରେଷ୍ଠ ତେଲୁଗୁ ଫିଲ୍ମ- ଜର୍ସି

ଶ୍ରେଷ୍ଠ ତାମିଲ ଫିଲ୍ମ-ଅସୁରନ୍‌

ଶ୍ରେଷ୍ଠ ମଲାୟଲମ ଫିଲ୍ମ-କଳା ନୋତ୍ତମ

ଶ୍ରେଷ୍ଠ ମରାଠୀ ଫିଲ୍ମ-ବାରଡୋ

ଶ୍ରେଷ୍ଠ ବଙ୍ଗାଳୀ ଫିଲ୍ମ- ଗୁମନାମୀ

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ – ସଲା ବୁଢ଼ାର ବଦଲା ଏବଂ କାଲିର ଅତିତ

ସେହିପରି ଶ୍ରେଷ୍ଠ ଫି-ମେଲ୍ ପ୍ଲେବ୍ୟାକ୍ ସିଙ୍ଗର ମରାଠି- ସାୱନି ରବିନ୍ଦ୍ର

ଶ୍ରେଷ୍ଠ ମେଲ୍ ପ୍ଲେବ୍ୟାକ୍ ସିଙ୍ଗର- `ତେରୀ ମିଟି’ ଗୀତ ପାଇଁ ବି ପ୍ରାକ୍

ଶ୍ରେଷ୍ଠ ନିର୍ଦ୍ଦେଶକ-ସଞ୍ଜୟ ପୁରେ ସିଂହ ଚୌହାନ

ଶ୍ରେଷ୍ଠ ପପୁଲାର ଫିଲ୍ମ- ମହର୍ଷି

ନନ୍‌ ଫିଚର ଫିଲ୍ମରେ

ଶ୍ରେଷ୍ଠ ସଟ୍‌ ଫିଲ୍ମ-କଷ୍ଟଡି (ହିନ୍ଦୀ/ଇଂରାଜୀ)

ସ୍ପେଶାଲ ଜୁରୀ ଆୱାର୍ଡ- ସ୍ମଲ ସ୍କେଲ ସୋସାଇଟି (ଇଂରାଜୀ)

ଶ୍ରେଷ୍ଠ ଇନ୍‌ଭେଷ୍ଟିଗେଟ୍‌ ଫିଲ୍ମ- ଜକାଲ

ଶ୍ରେଷ୍ଠ ସୋସିଆଲ ଇସ୍ୟୁ – ହୋଲି ରାଇଟ୍‌ସ

ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ- ଶ୍ରୀକ୍ଷେତ୍ରରୁ ସାହିଜାତ (ଓଡ଼ିଆ)

ଶ୍ରେଷ୍ଠ ନନ୍‌ ଫିଚର ଫିଲ୍ମ- ଆନ୍‌ ଇଂଜିନିଅର ଡ୍ରିମ୍ (ହିନ୍ଦୀ)

ଶ୍ରେଷ୍ଠ ଶିଶୁ ଫିଲ୍ମ- କସ୍ତୁରୀ (ହିନ୍ଦୀ)

ଗତବର୍ଷ ମେ’ ୩ ତାରିଖରେ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହେବାର ଥିଲା। କିନ୍ତୁ କରୋନା ମହାମରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।