ଦୁଃଖ ଦେଲା ଆମୀରଙ୍କ ଘୋଷଣା

ମୁମ୍ବାଇ: ସୋଶାଲ ମିଡିଆକୁ ବାଏ ବାଏ କହିଲେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍। ନିଜ ୫୬ତମ ଜନ୍ମଦିନର ଦିନକ ପରେ ସେ ହଠାତ୍ ଏଭଳି ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ତାଙ୍କ ଫଲୋଅର୍ସ ଏବଂ ପ୍ରଶଂସକଙ୍କୁ ଦୁଃଖ ଦେବା ସହ ସମସ୍ତଙ୍କୁ ଚମକାଇ ମଧ୍ୟ ଦେଇଛି।

ଆମୀର ଖାନ୍ ନିଜ ଇନ୍‌ଷ୍ଟାଗ୍ରାମରେ ନିଜର ଶେଷ ପୋଷ୍ଟ ଶେଆର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ମୋ ମନ ଭରି ଗଲାଣି ଏବଂ ଏହା ମୋର ଶେଷ ପୋଷ୍ଟ। ମୁଁ ସୋଶାଲ ମିଡିଆରେ ଆକ୍ଟିଭ ରହୁନି। ଏହିସହ ସେ ନିଜ ପ୍ରଶଂସକଙ୍କୁ ଲଗାତାର ସମର୍ଥନ ଏବଂ ଭଲପାଇବା ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଆମେ ସେଭଳି କଥା ହେବା ଯେମିତି ପୂର୍ବରୁ କଥା ହେଉଥିଲେ। ଖୁବଶୀଘ୍ର ଆମୀର ଖାନ୍ ପ୍ରଡକ୍ସନ ନିଜର ଏକ ଅଫିସିଆଲ ଚ୍ୟାନେଲ ଖୋଲିବାକୁ ଯାଉଛି। ଭବିଷ୍ୟତରେ ମୋର ଅପକମିଂ ଫିିଲ୍ମର ଅପଡେଟ ଆପଣମାନେ  @akppl_officialରୁ ପାଇଯିବେ। ”

ଆମୀର ଙ୍କ ଏହି ପୋଷ୍ଟକୁ ଦେଖିବା ପରେ ଲଗାତାର ତାଙ୍କ ପଲୋଅର୍ସମାନେ କମେଣ୍ଟ କରିବାରେ ଲାଗିଛନ୍ତି। ଏଭଳି ନିଷ୍ପତି ହଠାତ୍ ସେ କାହିଁକି ନେଲେ ବୋଲି ପ୍ରଶ୍ନ କରିଛନ୍ତି।

ମାର୍ଚ୍ଚ ୧୪ ତାରିଖରେ ଆମୀର ଖାନ ନିଜ ୫୬ତମ ଜନ୍ମଦିନ ପାଳନ କରିଛନ୍ତି। ୪ ଭିତରେ ହିଁ ସୋଶାଲ ମିଡିଆକୁ ବାଏ ବାଏ କହିଥିବା ଆମୀର ପୂର୍ବରୁ ମଧ୍ୟ ସେ ସୋଶଲ ମିଡିଆରେ ଏତେଟା ଆକ୍ଟିଭ ରହୁନଥିଲେ।

ବର୍ତ୍ତମାନ ଆମୀର ନିଜର ଅପକମିଂ ଫିଲ୍ମ `ଲାଲ ସିଂହ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅପକମିଂ ଫିଲ୍ମ `ଲାଲ ସିଂହ ଚଡ୍ଡା’ର ରିଲିଜ ଯାଏଁ ତାଙ୍କ ଫୋନ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଥିଲେ। ଫୋନ ଯୋଗୁଁ ସୁଟିଂରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହୋଇଛି। ଏଥିପାଇଁ ସେ ଏଭଳି ନିଷ୍ପତି ନେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।